ETV Bharat / city

ପଶ୍ଚିମ ଓଡିଶାର 3 ଜିଲ୍ଲାରେ ଟୀକାକରଣ ବନ୍ଦ, କେବଳ କର୍ଫ୍ୟୁରେ କମିବ କି ସଂକ୍ରମଣ ! - vaccination closed in 3 district

ଛତିଶଗଡ ସୀମାନ୍ତରେ ସଂକ୍ରମଣ ବଢୁଥିବାବେଳେ ରେଡ ଜୋନରେ ପଶ୍ଚିମ ଓଡିଶାର 5 ଜିଲ୍ଲା । ଟିକା ଅଭାବ ଯୋଗୁଁ ପଶ୍ଚିମ ଓଡିଶାର 3 ଟି କେନ୍ଦ୍ରରେ ଟୀକାକରଣକୁ ବନ୍ଦ ରଖାଯାଇଛି । ଅନ୍ୟ ଜିଲ୍ଲା ତୁଳନାରେ ପଶ୍ଚିମ ଓଡିଶାକୁ ଅଧିକ ପ୍ରାଥମିକତା ଦେଇ ଟୀକାକରଣକୁ ଜୋରଦାର କରିବା ଜରୁରୀ ହୋଇପଡିଛି । ଅଧିକ ପଢନ୍ତୁ...

ପଶ୍ଚିମଓଡିଶାର 3 ଜିଲ୍ଲାରେ ଟୀକାକରଣ ବନ୍ଦ
ପଶ୍ଚିମଓଡିଶାର 3 ଜିଲ୍ଲାରେ ଟୀକାକରଣ ବନ୍ଦ
author img

By

Published : Apr 18, 2021, 12:28 PM IST

Updated : Apr 18, 2021, 12:55 PM IST

ହାଇଦ୍ରାବାଦ: ରାଜ୍ୟବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଛତିଶଗଡ । ସେଠାରେ କୋରୋନାର ଦ୍ବିତୀୟ ଲହରୀ ଭୟଙ୍କର ହୋଇପଡିଛି । ଯାହାକୁ ନେଇ ଓଡିଶା-ଛତିଶଗଡ ସୀମାନ୍ତଗୁଡିକୁ ଆଲର୍ଟ କରାଯାଇଛି । ଛତିଶଗଡ ସୀମାନ୍ତ ଜିଲ୍ଲାରେ କଟକଣା କଡାକଡି କରାଯାଇଛି । 10 ଜିଲ୍ଲାର ସହରରଗୁଡିକରେ ସପ୍ତାହନ୍ତ ସଟଡାଉନ ଲାଗୁ। କାରଣ ଛତିଶଗଡ ସୀମାନ୍ତରେ ଥିବା ପଶ୍ଚିମଓଡିଶାର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ବଢିବାରେ ଲାଗିଛି । ରାଜ୍ୟର ସର୍ବାଧିକ କୋରୋନା ପ୍ରଭାବିତ ଜିଲ୍ଲାରେ ସୁନ୍ଦରଗଡ, ନୂଆପଡା, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡା ରହିଛି । ଗତକାଲି ପଶ୍ଚିମଓଡିଶାର 4 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ବି କୋରୋନାର ଗ୍ରାଫ ପୁଣି ଥରେ ଉପରମୁହାଁ ହୋଇଛି। ଗତ ବର୍ଷ ତୁଳନାରେ କୋରୋନାର ଦ୍ବିତୀୟ ଲହରୀ ମାରାତ୍ମକ ହେବାରେ ଲାଗିଛି। ଛତିଶଗଡରେ ସ୍ଥିତି ସଙ୍ଗୀନ ହୋଇପଡିଛି । ହସ୍ପିଟାଲ ତୁଳନା ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ଛତିଶଗଡର ବିଭିନ୍ନ ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ବଢିବା ଯୋଗୁଁ ଶବାଗୃହରେ ସ୍ଥାନ ଆଉ ନାହିଁ । ହସ୍ପିଟାଲ ଭିତର ବାହାରେ ଏଣେତେଣେ ପଡିରହୁଛି ମୃତଦେହ । କେବଳ ସେତିକି ନୁହେଁ ଅଳିଆ ଗାଡି ମୃତଦେହ ଉଠାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଆଜିର ରାଜ୍ୟ କୋରୋନା ରିପୋର୍ଟ ମୁତାବକ, ଝାରସୁଗୁଡାରେ 183 , କଳାହାଣ୍ଡିରେ 324, ନୂଆପଡାରୁ 221, ସମ୍ବଲପୁରରେ 199, ସୁନ୍ଦରଗଡରେ 340, ବରଗଡରୁ 210, ବଲାଙ୍ଗୀରରେ 79, ନୂତନ ସଂକ୍ରମିତ ହୋଇଛି । ସେହିପରି ଗତକାଲିର ରିପୋର୍ଟ ଉପରେ ନଜର ପକାଇଲେ, ସୁନ୍ଦରଗଡରୁ 523, ସମ୍ବଲପୁର 149, ଝାରସୁଗୁଡା 119, ନୂଆପଡାରେ 395,ନବରଙ୍ଗପୁରରେ 96, କଳାହାଣ୍ଡିରେ 53, ବରଗଡରେ 156, ବଲାଙ୍ଗୀରରେ 92 ଟି କୋରୋନା ମାମଲା ଆସିଥିଲା ।

ଅନ୍ୟପଟେ , କୋରୋନା ବିରୁଦ୍ଧରେ ଜାରି ରହିଥିବା ଟୀକାକରଣରେ ଏବେ ଅଭାବ ଦେଖାଦେଇଛି । ବାରମ୍ବାର ରାଜ୍ୟରେ ଟିକା ଅଭାବ ଲାଗି ରହିଥିବାରୁ ସରାକାର ବିଭିନ୍ନ ଟୀକାକରଣ କେନ୍ଦ୍ର ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ସୁଦ୍ଧା 1 ହଜାର 73 ଟି କେନ୍ଦ୍ରରେ ଟୀକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାଜ୍ୟରେ 15 ଶହ ଟି ଟିକା କେନ୍ଦ୍ରରୁ ଏବେ ମାତ୍ର 427 ଟି କେନ୍ଦ୍ରରେ ଟିକା ଦାନ ଜାରି ରହିଛି । ନୂଆପଡା, ଝାରସୁଗୁଡା ଓ କୋରାପୁଟରେ ଟୀକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇସାରିଛି ।

ରାଜ୍ୟରେ ଟିକା ଅଭାବ ନେଇ 3 ଥର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ 25 ଲକ୍ଷ ଡୋଜ ଟିକା ଦେବାକୁ ନିବେଦନ କରିଛନ୍ତି । ଏହା ପରେ ଆଜି ଟିକା ଅଭାବ ଯୋଗୁଁ 8ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଏହି ଜିଲ୍ଲାଗୁଡିକରେ ଦେବଗଡ, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା ,ସମ୍ବଲପୁର ଓ ସୋନପୁରରେ ଟିକା ଦାନ ବନ୍ଦ ରହିଛି ।

ଗୋଟିଏ ପଟେ ଛତିଶଗଡ ସୀମାନ୍ତ ଅଞ୍ଚଳରେ କୋରୋନାର ଦ୍ବିତୀୟ ଲହରୀ ମାଡି ଚାଲିଛି । ଟିକା ଅଭାବରୁ ଏବେ ପଶ୍ଚିମଓଡିଶାର ଅନେକ ଜିଲ୍ଲା ଟିକା କେନ୍ଦ୍ର ବନ୍ଦ ହେବାରେ ଲାଗିଛି । ଗତ ଏପ୍ରିଲ 13 ତାରିଖରେ 11ଟି ଟୀକାକରଣ କେନ୍ଦ୍ର ବନ୍ଦ ହୋଇଥିଲା । ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ଗଜପତି, କୋରାପୁଟ, ନୟାଗଡ, ପୁରୀ, ଯାଜପୁର ସମେତ ଝାରସୁଗୁଡା ଓ ସମ୍ବଲପୁରରେ ମଧ୍ୟ ଟୀକାକରଣକୁ ସ୍ଥଗିତ ରଖାଯାଇଛି।

ରାଜ୍ୟରେ କୋରୋନା ଗ୍ରାଫ ଉପରମୁହାଁ ରହି ଥିବାବେଳେ ବର୍ତ୍ତମାନ ପଶ୍ଚିମ ଓଡିଶାର 6 ଜିଲ୍ଲା ରେଡ ଜୋନରେ ରହିଛି । ଯେଉଁଥିରେ ସୁନ୍ଦରଗଡ, ସମ୍ବଲପୁର, ବରଗଡ, ନୂଆପଡା,ବଲାଙ୍ଗୀର ରେଡ ଜୋନରେ ରହିଛି । ସେପଟେ, ବଲାଙ୍ଗୀରରେ ଏବେ ଅକ୍ସିଜେନ ସାଙ୍ଗକୁ ବେଡ ସଂଖ୍ୟା ଅଭାବ ଦେଖାଦେଇଛି । ରୋଗୀ ସଂଖ୍ୟା ଅପେକ୍ଷା ଏଠାରେ ଶର୍ଯ୍ୟା ସଂଖ୍ୟା କମ ପଡିଛି । ଫଳରେକୋରୋନା ଟିକା ଅଭାବ ଯୋଗୁଁ ପଶ୍ଚିମ ଓଡିଶାରେ ଟୀକାକରଣ ବନ୍ଦ କରାନଯାଇ ଅଧିକ କେନ୍ଦ୍ର ଖୋଲିବା ଜରୁରୀ । ପ୍ରାଥମିକତା ଦୃଷ୍ଟିରୁ କୋରୋନା କଟକଣାକୁ କଡାକଡି କରିବା ସହ ଟୀକାକରଣ କ୍ଷେତ୍ରରେ ଗୁରୁତ୍ବ ଦେବା ଆବଶ୍ୟକ ହୋଇପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 18, 2021, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.