ETV Bharat / city

ଟିକା ଅଭାବରୁ ୧୬ ଜିଲ୍ଲାରେ ଟୀକାକରଣ ବନ୍ଦ

ରାଜ୍ୟରେ ଟିକାର ଘୋର ଅଭାବ ଦେଖାଦେଇଛି । କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଟିକାର ଅଭାବ ରହିଛି । ବୁଧବାର ରାଜ୍ୟରେ ୧୧ଟି ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମ ବାତିଲ କରାଯାଇ ଥିବାବେଳେ ଅଜି(ଗୁରୁବାର)ଠୁ ୧୬ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଅଧିକ ପଢନ୍ତୁ...

author img

By

Published : Jul 1, 2021, 8:50 AM IST

ଟିକା ଅଭାବରୁ ୧୬ ଜିଲ୍ଲାରେ ଟୀକାକରଣ ବନ୍ଦ
ଟିକା ଅଭାବରୁ ୧୬ ଜିଲ୍ଲାରେ ଟୀକାକରଣ ବନ୍ଦ

ଭୁବନେଶ୍ୱର:ଗତକାଲି(ବୁଧବାର) ରାଜ୍ୟରେ ୧୧ଟି ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମ ବାତିଲ କରାଯାଇ ଥିବାବେଳେ ଆଜି(ଗୁରୁବାର) ଠାରୁ ୧୬ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ବାଲେଶ୍ବର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରେ ଟୀକାକରଣ ବନ୍ଦ ରହିଛି ।

ରାଜ୍ୟରେ ଟିକାକୁ ନେଇ ସଚେତନ ଓ ଲୋକଙ୍କୁ ଆଶା ଦେଖାଉ ଥିବାବେଳେ ଟିକାର ଅଭାବ କେତେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଅନେକ ଲୋକ ଏବେ ଟିକା ନପାଇ ନିରାଶ ହୋଇ ଫେରୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1 କୋଟି 20 ଲକ୍ଷ ଲୋକ ଟୀକା ନେଇ ସାରିଲେଣି ।

ପ୍ରଥମ ଡୋଜ ନେଇଛନ୍ତି 98 ଲକ୍ଷ 68 ହଜାର 279 ଓ ଦ୍ୱିତୀୟ ଡୋଜ ନେଇଛନ୍ତି 21 ଲକ୍ଷ 48 ହଜାର 249 । ତେବେ 60 ବର୍ଷର ଲୋକେ 37 ଲକ୍ଷ 99 ହଜାର 832 ଜଣ, 45 ରୁ 60 ବର୍ଷ ମଧ୍ୟରେ 42 ଲକ୍ଷ 72 ହଜାର 203 ଜଣ ଟିକା ନେଇ ଥିବାବେଳେ 18 ରୁ 45 ବର୍ଷ ମଧ୍ୟରେ 39 ଲକ୍ଷ 44 ହଜାର 493 ଜଣ ଟିକା ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.