ETV Bharat / city

ଟିକା ସଙ୍କଟ, ଆଜି 24 ଜିଲ୍ଲାରେ ଟୀକାକରଣ ବନ୍ଦ - Vaccination crisis in the state

ରାଜ୍ୟରେ ଟିକା ସଙ୍କଟ । ଆଜି ରାଜ୍ୟରେ 24ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ । ଅଧିକ ପଢନ୍ତୁ...

ରାଜ୍ୟରେ ଟିକା ସଙ୍କଟ, ଆସନ୍ତାକାଲି ରାଜ୍ୟରେ 24 ଟି ଜିଲ୍ଲାରେ  ଟୀକାକରଣ ବନ୍ଦ

author img

By

Published : Jul 12, 2021, 7:33 AM IST

ଭୁବନେଶ୍ବର: ରାଜ୍ୟରେ ଟିକା ସଙ୍କଟ । ଆଜି 24ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ । ଅନ୍ୟପଟେ 220ଟି କେନ୍ଦ୍ରରେ ଟୀକାକରଣ କରାଯିବ ।

ରାଜ୍ୟରେ ଘୋର ଟିକା ସଙ୍କଟ । ରାଜ୍ୟରେ ଟିକା ନଥିବାରୁ ଟୀକାକରଣରେ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଦୈନିକ ଭାବରେ ଅନେକ ସ୍ଥାନରେ ଟୀକାକରଣ ଠିକ ଭାବରେ ପରିଚାଳନା ହୋଇପାରୁନାହିଁ । ଟିକାର ଅଭାବ ହେତୁ ରାଜ୍ୟରେ ଆଜି 24ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରଖାଯାଇଛି ।

24ଟି ବନ୍ଦ ରହିଥିବା ଜିଲ୍ଲା ଗୁଡିକ ହେଲା ଅନୁଗୁଳ ବାଲେଶ୍ବର, ବଲାଙ୍ଗୀର, ବରଗଡ, ଭଦ୍ରକ, ବୌଦ୍ଧ, ଦେଓଗଡ, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା, ପୁରୀ, ରାୟଗଡା ଓ ସୋନପୁର ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ ।

ତେବେ ରାଜ୍ୟରେ ମୋଟ 1 କୋଟି 33 ଲକ୍ଷ 34 ହଜାର 273 ଟୀକାକରଣ କରାଯାଇଛି। ରାଜ୍ୟରେ କୋଭିସିଲଡ଼ 40 ହଜାର 460 ଡୋଜ ରହିଥିବା ବେଳେ 3 ଲକ୍ଷ 53 ହଜାର 630 ଜଣ କୋଭାକ୍ସିନ ଡୋଜ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇିଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.