ଭୁବନେଶ୍ବର: କୋରୋନା ବିରୋଧରେ ସାରା ଦେଶରେ ଜୋରସୋର ଚାଲିଛି ଟୀକାକରଣ ଅଭିଯାନ । ଆଜି(ସୋମବାର) ରାଜ୍ୟରେ 1730ଟି କେନ୍ଦ୍ରରେ ଟୀକାକରଣ ଚାଲିଛି । ରାଜ୍ୟରେ ଟୀକାକରଣକୁ ତ୍ବାରାନ୍ବିତ କରିବା ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
ରାଜ୍ୟରେ 9 ଲକ୍ଷ 52 ହଜାର 820 କୋଭିସିଲ୍ଡ ରହିଥିବା ବେଳେ 3 ଲକ୍ଷ 91 ହଜାର 540 କୋଭାକ୍ସିନ ଟିକା ରହିଛି । ଅନ୍ୟପଟେ ରାଜ୍ୟରେ ଟୀକାକରଣ ଜୋରଦାର କରାଯାଉଥିବା ବେଳେ ସମସ୍ତଙ୍କୁ ଟୀକା ନେବାକୁ ଅନୁରୋଧ କରୁଛନ୍ତି ରାଜ୍ୟ ସରକାର । ଦ୍ବିତୀୟ ଲହର ଶେଷ ହୋଇନାହିଁ, ଡରାଇଲାଣି ତୃତୀୟ ଲହର । ଏଭଳି ସ୍ଥିତିରେ ମହାମାରୀକୁ ମାତ ଦେବାକୁ ଟିକା ହିଁ ସଂଜୀବନୀ । ଟୀକାରଣର ଯେତେ ଦ୍ରୁତ ଗତିରେ ଆଗେଇବା ସେତେ ଶୀଘ୍ର ଜୀବନ ଜୀବିକା ଟ୍ରାକକୁ ଫେରିବ ।
କିଛି ଦିନ ତଳେ ରାଜ୍ୟରେ ଟିକା ଅଭାବ ଥିବାରୁ 17ଟି ଜିଲ୍ଲାରେ ଟୀକାକରଣ ବନ୍ଦ ଥିଲା । ଫଳରେ ରାଜ୍ୟରେ ଟୀକାକରଣ ନେଇ ରଖାଯାଇଥିବା ଲକ୍ଷ୍ୟରେ ବିଳମ୍ବ ପରିଲକ୍ଷିତ ହୋଇଥିଲା । ସରକାରୀ କେନ୍ଦ୍ର ଟିକା ଅଭାବ ହେତୁ ରାଜ୍ୟରେ ଅନେକ ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିଲା । ମାତ୍ର ପୂର୍ବ ଭଳି କେନ୍ଦ୍ରରୁ ଟିକା ମଗାଇଛନ୍ତି ରାଜ୍ୟ ସରକାର । ଆଗକୁ ଆଉ 10ଲକ୍ଷ ଡୋଜ ଟିକା ଆଣିବାରୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହା ସହିତ ରାଜ୍ୟରେ ଖୁବଶୀଘ୍ର ଗର୍ଭବତୀଙ୍କୁ ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ