ETV Bharat / city

ରାଜଧାନୀରେ ବ୍ୟାପକ ହେଉଛି ଟୀକାକରଣ, ହୋଟେଲ ପାଇଁ ଆରମ୍ଭ ହେଲା ଡ୍ରାଇଭ-ଇନ ବ୍ୟବସ୍ଥା

author img

By

Published : Jun 10, 2021, 12:54 PM IST

ରାଜଧାନୀରେ ବ୍ୟାପକ ହେଉଛି ଟୀକାକରଣ । ସ୍ମାର୍ଟସିଟିରେ ପ୍ରାୟ ସବୁ ବର୍ଗଙ୍କୁ ଟୀକାକରଣରେ ସାମିଲ କରାଯିବା ନେଇ କାର୍ଯ୍ୟକ୍ରମ ହାତକୁ ନେଉଛି ବିଏମସି । ଅଧିକ ପଢନ୍ତୁ...

ରାଜଧାନୀରେ ବ୍ୟାପକ ହେଉଛି ଟୀକାକରଣ, ହୋଟେଲ ପାଇଁ ଆରମ୍ଭ ହେଲା ଡ୍ରାଇଭ-ଇନ ବ୍ୟବସ୍ଥା
ରାଜଧାନୀରେ ବ୍ୟାପକ ହେଉଛି ଟୀକାକରଣ, ହୋଟେଲ ପାଇଁ ଆରମ୍ଭ ହେଲା ଡ୍ରାଇଭ-ଇନ ବ୍ୟବସ୍ଥା

ଭୁବନେଶ୍ବର: ସ୍ମାର୍ଟସିଟିରେ ପ୍ରାୟ ସବୁ ବର୍ଗଙ୍କୁ ଟୀକାକରଣରେ ସାମିଲ କରାଯିବା ନେଇ ବ୍ୟାପକ ହେଉଛି କାର୍ଯ୍ୟକ୍ରମ । ବରିଷ୍ଠ ନାଗରିକ ,ବୃଦ୍ଧାଶ୍ରମ, ଦିବ୍ୟାଙ୍ଗ,ଶଯ୍ୟାଶାୟୀ ଆଉ ଏବେ ହୋଟେଲ ଓ ଆଇଟି କର୍ମଚାରୀଙ୍କୁ ମିଳିଲା ଟିକା। ସମସ୍ତଙ୍କ ପାଖରେ ଟିକା ପହଞ୍ଚାଇବା ଲକ୍ଷ୍ୟ ନେଇ ଦୈନିକ ଟୀକାକରଣ ବୃଦ୍ଧି କରାଯାଇଛି । ଏବେ ଭୁବନେଶ୍ୱରରେ ଦିନକୁ ପ୍ରାୟ ୧୮ ରୁ ୧୯ ହଜାର ଲୋକଙ୍କୁ ଟିକା ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ ।

ପୂର୍ବରୁ ୫୨ଟି କେନ୍ଦ୍ରରେ ଟୀକାକରଣ ଜାରି ରହିଥିବାବେଳେ ଏବେ ଭୁବନେଶ୍ୱରର ମୋଟ ୫୪ ଟି କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ବୁଧବାର ହୋଟେଲ, ରେସ୍ତୋରାଁ ଓ ପ୍ରଯୁକ୍ତି ବିଜ୍ଞାନ କର୍ମଚାରୀଙ୍କ ପାଇଁ ଦୁଇଟି ନୂଆ କେନ୍ଦ୍ର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୦୦ କର୍ମଚାରୀଙ୍କ ପ୍ରଥମ ଡୋଜ ଟୀକାକରଣ କରାଯିବ । ବିନା ସ୍ଲଟ ବୁକିଙ୍ଗରେ ଏହି ଟୀକାକରଣ କରାଯିବାକୁ ବ୍ୟବସ୍ଥା ରହିଛି । ଆଗକୁ ପୁଣି ୩ ଟି କେନ୍ଦ୍ରରେ ଡ୍ରାଇଭ-ଇନ ଭ୍ୟାକ୍ସିଂନେସନ ଆରମ୍ଭ ହେବ । ଦୈନିକ ଡ୍ରାଇଭ-ଇନ ସେଣ୍ଟର ମଧ୍ୟ ବୃଦ୍ଧି କରାଯାଉଛି।

୧୮ ରୁ ୪୪ ବର୍ଷ ମଧ୍ୟରେ ବୟସ୍କଙ୍କୁ 2ୟ ଡୋଜ ଟୀକାକରଣ କରାଯାଉଛି । ସେହିଭଳି ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟୀକାକରଣ ମଧ୍ୟ ଜାରି ରହିଛି। ଭୁବନେଶ୍ୱରରେ ସ୍ଲଟ ବୁକିଙ୍ଗ କରି ଟୀକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ଏବେ ଯେହେତୁ ଟିକା ଅଭାବ ରହିଛି ଆଗକୁ ଟିକା ଆସିଲେ ଭୁବନେଶ୍ୱରରେ ପ୍ରଥମ ଡୋଜ ପାଇଁ ସ୍ୱତନ୍ତ୍ର କେନ୍ଦ୍ରରେ ଟିକା ପ୍ରଦାନ କରାଯିବା ନେଇ କହିଛନ୍ତି ବିଏମସି ଅଧିକାରୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.