ETV Bharat / city

ଉତ୍କଳ ବିଶ୍ଵବିଦ୍ୟାଳୟର 78ତମ ପ୍ରତିଷ୍ଠା ଦିବସ, କ୍ୟାମ୍ପସ ହେବ ଡିଜିଟାଲ

ଉତ୍କଳ ବିଶ୍ବବିଦ୍ୟାଳୟର 78ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଡିଜିଟାଲକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି କୁଳପତି କହିଛନ୍ତି । ଅଧିକ ପଢନ୍ତୁ...

ଉତ୍କଳ ବିଶ୍ଵବିଦ୍ୟାଳୟର 78ତମ ପ୍ରତିଷ୍ଠା ଦିବସ

author img

By

Published : Nov 27, 2020, 4:14 PM IST

Updated : Nov 27, 2020, 5:07 PM IST

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ଵବିଦ୍ୟାଳୟର ଆଜି(ଶୁକ୍ରବାର) ପ୍ରତିଷ୍ଠା ଦିବସ । ଶୁକ୍ରବାର ବିଶ୍ବବିଦ୍ୟାଳରେ 78 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳର ଛାତ୍ରଛାତ୍ରୀ, କୁଳପତି ତଥା ଚେୟାରମ୍ୟାନ ଏକତ୍ରିତ ହୋଇ ପ୍ରତିଷ୍ଠା ଦିବସକୁ ପାଳନ କରୁଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟକୁ ଆଗକୁ କିଭଳି ଅଧିକ ରୁ ଅଧିକ ଉନ୍ନତି କରାଯାଇପାରିବ ସେନେଇ ଆଲୋଚନା କରିଛନ୍ତି ।

ଉତ୍କଳ ବିଶ୍ଵବିଦ୍ୟାଳୟର 78ତମ ପ୍ରତିଷ୍ଠା ଦିବସ

ସୂଚନା ଅନୁଯାୟୀ କୁଳପତି ସବିତା ଆଚାର୍ଯ୍ୟଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ପ୍ରତିଷ୍ଠା ଦିବସରେ ପିଜି କାଂଉସିଲିଂର ଚେୟାରମ୍ୟାନ ବସନ୍ତ କୁମାର ମଲ୍ଲିକ, ରେଜିଷ୍ଟର ଅଭୟ କୁମାର ନାୟକ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ଯେ, କୋଭିଡ ନିୟମ ଅନୁସାରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ବିଶ୍ୱବିଦ୍ୟାଳୟରେ ଥିବା କ୍ୟାମ୍ପସକୁ କିଭଳି ଭାବରେ ଡିଜିଟାଲ କରାଯିବ ସେନେଇ ଖୁବଶୀଘ୍ର ବ୍ୟବସ୍ଥା କରାଯିବ । ଯେଭଳିକି ଇଣ୍ଟରନେଟର ଇଲେକ୍ଟ୍ରିସିଟି ଆଦିକୁ ଗୁରୁତ୍ୱ ଦିଆଯିବ । ଅନ୍ୟପଟେ ନାକ୍ ଟିମ୍ ପକ୍ଷରୁ ମିଳିତିବା ଏ ପ୍ଲସ ମାନ୍ୟତା କିଭଳି ଭାବେ ଏ ପ୍ଲସ ପ୍ଲସ ରହିବ ସେନେଇ କାର୍ଯ୍ୟ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 27, 2020, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.