ଭୁବନେଶ୍ବର: ଆଜି(ସୋମବାର) ପୂର୍ବାହ୍ନରେ ଉତ୍କଳ କେଶରୀ ପରିଡା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଉପଦେଷ୍ଟା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ପରିଡ଼ାଙ୍କୁ ସ୍ବାଗତ ଜଣାଇଥିଲେ ।
ଏହା ପରେ ସେ କାର୍ଯ୍ୟାଳୟ ବୁଲି ଦେଖିବା ସହ ଅଧିକାରୀ ଓ କର୍ମଚାରୀମାନଙ୍କ ଉନ୍ନୟନ କର୍ତ୍ତୃପକ୍ଷର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ ।
ଚିଲିକା ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସୁରକ୍ଷିତ ରଖିବା ସହ ଚିଲିକାର କିଭଳି ଜୈବ ବିବିଧତା ମଧ୍ୟ ଅକ୍ଷୁର୍ଣ୍ଣ ରହିବ ଏବଂ ଚିଲିକାର ସମନ୍ବିତ ବିକାଶ ହୋଇପାରିବ ସେଥିପାଇଁ ଆଗାମୀ ଦିନରେ ସମସ୍ତ ଅଧିକାରୀ ଓ କର୍ମଚାରୀ ନିଷ୍ଠାପର ଉଦ୍ୟମ କରିବାକୁ ଉତ୍କଳ କେଶରୀ ପରିଡ଼ା ପରାମର୍ଶ ଦେଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ