ETV Bharat / city

Utkal Divas 2022: ବେଙ୍ଗାଲୁରୁରେ ପାଳିତ ହେଲା ଉତ୍କଳ ଦିବସ - ବେଙ୍ଗାଲୁରୁରେ ରାଜ୍ୟର କଳା ସଂସ୍କୃତି ପ୍ରଦର୍ଶିତ

ବେଙ୍ଗାଲୁରୁରେ ପାଳିତ ହୋଇଛି ଉତ୍କଳ ଦିବସ । ବେଙ୍ଗାଲୁରୁ ଏଚଆର ଲେଆଉଅଟ ଜିଆଇ ଟ୍ୟାଗ ମଲ ପରିସରରେ ଏହି ଦିବସ ଏପ୍ରିଲ ୧ ରୁ ୩ ତାରିଖ ଯାଏଁ ପାଳିତ ହେଉଛି । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ ପାଳିତ ହେଲା ଉତ୍କଳ ଦିବସ
ବେଙ୍ଗାଲୁରୁରେ ପାଳିତ ହେଲା ଉତ୍କଳ ଦିବସ
author img

By

Published : Apr 2, 2022, 10:47 PM IST

ଭୁବନେଶ୍ବର: ବେଙ୍ଗାଲୁରୁରେ ପାଳିତ ହୋଇଛି ଉତ୍କଳ ଦିବସ । ବେଙ୍ଗାଲୁରୁ ଏଚଆର ଲେଆଉଅଟ ଜିଆଇ ଟ୍ୟାଗ ମଲ ପରିସରରେ ଏହି ଦିବସ ଏପ୍ରିଲ ୧ ରୁ ୩ ତାରିଖ ଯାଏଁ ପାଳିତ ହେଉଛି । ଗତକାଲି ଏହି ଅବସରରେ ଆୟୋଜିତ ଏକ ସଭାରେ ଜିଆଇ ଟ୍ୟାଗର ସିଇଓ ତେଜସ, ଓଡିତା ଟ୍ରଷ୍ଟ ଅନିତା ସାବତ ଓ ଛପନ ଭୋଗର ମିଳିତ ସହଯୋଗରେ ଉତ୍କଳ ଦିବସ ପାଳିତ ହୋଇଛି ।

ବେଙ୍ଗାଲୁରୁରେ ପାଳିତ ହେଲା ଉତ୍କଳ ଦିବସ
ବେଙ୍ଗାଲୁରୁରେ ପାଳିତ ହେଲା ଉତ୍କଳ ଦିବସ

ଏହି ଅବସରରେ ସମ୍ବଲପୁରୀ ବାନ୍ଧ ଶାଢୀ, ବୋମକାଇ ଶାଢୀ, ଧଳାପଥର ପରଦା, କୋରାପୁଟ କଫି, କନ୍ଧମାଳ ହଳଦୀ, ପଟ୍ଟଚିତ୍ର, ତାଳପତ୍ର ପୋଥି ଆଦି ପ୍ରଦର୍ଶନ କରାଯାଇଛି । ଭୁବନେଶ୍ବରର ଛପନ ଭୋଗର ବେଙ୍ଗାଲୁରୁ ଶାଖା ପକ୍ଷରୁ ପରସା ଯାଇଥିବା ଓଡିଶା ରସଗୋଲା ସହ ଓଡିଶାର ଅନ୍ୟ ସୁସ୍ବାଦୁ ମିଠା, କାକରା, ଦହିବରା ଆଳୁଦମ ପ୍ରବସୀ ଓ ଉପସ୍ଥିତ ଲୋକମାନଙ୍କୁ ବେଶ ପସନ୍ଦ ଆସିଥିଲା। କାର୍ଯ୍ୟକ୍ରମରେ ବହୁ ଓଡିଆ ଯୋଗ ଦେଇ ଓଡିଶାର ଜନ୍ମଦିନ ପାଳନ କରି ବେଶ ଖୁସି ଥିବା କହିଛନ୍ତି ।

ଜିଆଇ ଟ୍ୟାଗର ସିଇଓଙ୍କର ପ୍ରୟାସ ଦ୍ବାରା ଓଡିଶାର ଦିବସ ବାହାର ରାଜ୍ୟ କାର୍ଣ୍ଣାଟକରେ ପାଳନ କରି ପାରିଥିବାରୁ ଅନିତା ସାବତ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସର ପ୍ରାପ୍ତ ଆଇଏଏସ ଅଫିସର ଶୋଭନ ପଟ୍ଟନାୟକ, ଜିଆଇ ଟ୍ୟାଗର ସିଏମଡି ଏସଏନ ଜୟରାମ, ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ଛପନ ଭୋଗ ଡାଇରେକ୍ଟର ସତ୍ୟବ୍ରତ ମହାନ୍ତି ଓ ପଟ୍ଟଚିତ୍ର ଶିଳ୍ପୀ ପ୍ରସନ୍ନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୁନି ପ୍ରତିଭା ଦିବ୍ୟଶ୍ରୀଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପତିବେଷିତ ହୋଇଥିଲା

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.