ETV Bharat / city

‘ମୌସୁମୀ ଦୁର୍ବଳ, ବର୍ତ୍ତମାନ ନାହିଁ ବଡ ଧରଣର ବର୍ଷା’ - ଘଡଘଡି ସହ ବଜ୍ରାପାତ

ବର୍ଷାରୁ ମିଳିବ ଆଶ୍ବସ୍ତି । ମୌସୁମୀ ଦୁର୍ବଳ ଥିବାରୁ ବର୍ଷା କମିପାରେ । କିନ୍ତୁ ଲାଗିରହିବ ଘଡଘଡି ସହ ବଜ୍ରପାତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 14, 2019, 9:15 PM IST

ଭୁବନେଶ୍ବର: ରାଜ୍ୟରେ ଲାଗିରହିଥିବା ବର୍ଷାରୁ ମିଳିବ ନିସ୍ତାର । ସକ୍ରିୟ ଥିବା ମୌସୁମୀ ଦୁର୍ବଳ ହୋଇପଡିଛି । ଏହାର ପ୍ରଭାବରେ ଆଗାମୀ 2ଦିନ ଧରି ପାଗ ଶୁଖିଲା ରହିବ । ତେବେ କେତେକ ସ୍ଥାନରେ ଘଡଘଡି ସହ ବିଜୁଳି ମାରିବ । ଏହି ସମୟରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଖାଲି ଏତିକି ନୁହେଁ ସମଗ୍ର ରାଜ୍ୟରେ ମଧ୍ୟ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ବର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାସହ ଆସନ୍ତା 16 ତାରିଖରେ ମୟୁରଭଞ୍ଜ କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ରେ ପ୍ରବଳ ବର୍ଷା ହୋଇପାରେ । ତେବେ ପାଗ ଶୁଖଲା ଥିବାରୁ ସମୁଦ୍ରକୁ ମତ୍ସ୍ୟଜୀବୀ ଯିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ଡିଉଟି ଅଫିସର ଲଷ୍ମୀଧର ମହାପାତ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନାBody:ଦୁର୍ବଳ ହେଲା ମୌସୁମୀ।ଏହାର ପ୍ରଭାବରେ ଆସନ୍ତା ୨ଦିନ ଧରି ପାଗ ଶୁଖିଲା ରହିବ।ତେବେ କେତେକ ସ୍ଥାନରେ ଘଡଘଡି , ବିଜୁଳି ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ରେଘଡଘଡି ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।ସମଗ୍ର ରାଜ୍ୟରେ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।ଆସନ୍ତା ୧୬ ତାରିଖରେ ମୟୁରଭଞ୍ଜ କେଉଁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ରେ ପ୍ରବଳ ବର୍ଷା ହେବ।ଗତକାଲି ଖୋର୍ଦ୍ଧା ଜିଲ୍ଲାର ବାରମୂଳ ଥରେ ସର୍ବାଧିକ ୫୦ମିମି ବର୍ଷା ରେକର୍ଡ କରାଯାଇଛି।ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ନେଇ କୌଣସି ବାରଣ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ଡିଉଟି ଅଫିସର ତଥା ପାଣିପାଗ ବିଶେଷଜ୍ଞ ଲଷ୍ମୀଧର ମହାପାତ୍ର।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.