ETV Bharat / city

ଆସନ୍ତା 24ଘଣ୍ଟାରେ ବର୍ଷା, 7 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ - ଉତ୍ତର ଓଡିଶା

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । 7ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 11, 2019, 8:02 PM IST

Updated : Sep 12, 2019, 8:48 AM IST

ଭୁବନେଶ୍ବର: ରାଜସ୍ଥାନରୁ ଆରମ୍ଭ ହୋଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ଲାଇନ ବଳବତ୍ତର ରହିଛି। ଏହାସହ ପଶ୍ଚିମବଙ୍ଗ ଉପକୂଳ ଏବଂ ଆଖପାଖରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର ଅଧିକାଂଶ ଜିଲ୍ଲା ଗୁଡିକରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଭଦ୍ରକ, ଯାଜପୁର, ବାଲେଶ୍ବର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଅନୁଗୁଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଦେଓଗଡ, ସୁନ୍ଦରଗଡ, ସମ୍ବଲପୁରଓ ଝାରସୁଗୁଡାରେ ମଧ୍ୟ ପ୍ରବଳ ବର୍ଷା ହେବ। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ 4 ପ୍ରତିଶତ ଅଧିକ ବର୍ଷା ହୋଇଛି। ଗତ 24 ଘଣ୍ଟା ଭିତରେ ହିନ୍ଦୋଳରେ ସର୍ବାଧିକ 6 ସିଏମ ବର୍ଷା ହୋଇଛି ବୋଲି ଆଞ୍ଚଲିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି । ଅନ୍ୟପଟେ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଅଧିକାରୀ ସୁଦର୍ଶନ ମିଶ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା

Body:ରାଜସ୍ଥାନ ରୁ ଆରମ୍ଭ ହୋଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ମୌସୁମୀ ଟ୍ରଫ ଲାଇନ ବଳବତ୍ତର ରହିଛି।ପଶ୍ଚିମବଙ୍ଗ ଉପକୂଳରେଏବଂ ତା ଆଖପାଖରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ,ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର ପ୍ରାୟ ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୭ ଟି ଜିଲ୍ଲା ଭଦ୍ରକ,ଯାଜପୁର,ବାଲେଶ୍ୱର,କେନ୍ଦ୍ରାପଡା,ମୟୁରଭଞ୍ଜ,କେନ୍ଦୁଝର,ଢେଙ୍କାନାଳ ରେ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ସ୍ଥିତି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।ସେହିପରି ଅନୁଗୁଲ,କଟକ,ଜଗତସିଂହପୁର,ଖୋର୍ଦ୍ଧା,ଦେଓଗଡ଼,ସୁନ୍ଦରଗଡ,ସମ୍ବଲପୁର,ଓ ଝାରସୁଗୁଡାରେ ପ୍ରବଳ ବର୍ଷା ହେବ।ଆସନ୍ତା ୪୮ ଘଣ୍ଟା ପରେ ମୟୁରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ,ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।ଢେଙ୍କାନାଳ,ଅନୁଗୁଲ,ବାଲେଶ୍ୱର,ଯାଜପୁର ଏବଂ ଭଦ୍ରକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।ରାଜ୍ୟରେ ଏ ପର୍ଯ୍ୟନ୍ତ ସ୍ୱାଭାବିକ ୪ପ୍ରତିଶତ ଅଧିକ ବର୍ଷା ହୋଇଛି।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ କୌଣସି ବାରଣ ନାହିଁ।ଗତ ୨୪ ଘଣ୍ଟା ଭିତରେ ହିନ୍ଦୋଳରେ ସର୍ବାଧିକ ୬ ସିଏମ ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଡିଉଟି ଅଫିସର ସୁଦର୍ଶନ ମିଶ୍ର କହିଛନ୍ତି।

Conclusion:
Last Updated : Sep 12, 2019, 8:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.