ETV Bharat / city

'କଟକଣା ଯୁକ୍ତ ହେଉ UNLOCK ପ୍ରକ୍ରିୟା' - sura rautaray

ଆସନ୍ତା 17 ତାରିଖ ସକାଳ 5 ଟାରେ ଶେଷ ହେବ ରାଜ୍ୟରେ ଜାରି ରହିଥିବା LOCKDOWN । ଆଉ ଏହାକୁ ବୃଦ୍ଧି କିମ୍ବା କୋହଳ ନେଇ ଆରମ୍ଭ ହୋଇଯାଇଛି ବିଚାର ବିମର୍ଷ । ଅଧିକ ପଢନ୍ତୁ...

'କଟକଣା ଯୁକ୍ତ ହେଉ UNLOCK ପ୍ରକ୍ରିୟା'
'କଟକଣା ଯୁକ୍ତ ହେଉ UNLOCK ପ୍ରକ୍ରିୟା'
author img

By

Published : Jun 15, 2021, 6:34 PM IST

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ବୃଦ୍ଧି କିମ୍ବା ଅନଲକ କରିବା ନେଇ ବିଚାର ବିମର୍ଷ ଆରମ୍ଭ କରୁଛନ୍ତି ସରକାର । ରାଜ୍ୟରେ ଜାରି ରହିଛି ଦ୍ଵିତୀୟ ଲହରର ତୃତୀୟ ପର୍ଯ୍ୟାୟ ଲକଡ଼ାଉନ । ଯାହା ଆସନ୍ତା 17 ତାରିଖ ସକାଳ 5 ଟାରେ ଶେଷ ହେବ । ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି । ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେଉ କିନ୍ତୁ କଟକଣା ଯୁକ୍ତ ରହୁ ବୋଲି ବିଭିନ୍ନ ରାଜନୈତିକ ପ୍ରତିକ୍ରିୟା ଦେଇଛନ୍ତି ।

'କଟକଣା ଯୁକ୍ତ ହେଉ UNLOCK ପ୍ରକ୍ରିୟା'

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ବର୍ତ୍ତମାନ ଲକଡାଉନ ଜାରି ରହିଛି । ଆଗକୁ ସରକାର ବିଭିନ୍ନ ଦିଗକୁ ବିଚାର କରି ନିଷ୍ପତ୍ତି ନେବେ । ଜୀବନ ଓ ଜୀବିକା ନିଶ୍ଚିତ ଭାବେ ସ୍ଵାଭାବିକ ହେବ ବୋଲି ଅମର କହିଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ପୂର୍ବରୁ ସାରା ରାଜ୍ୟକୁ ଅନଲକ କରିବାକୁ ସୁରେଶ ଦାବି କରୁଥିଲେ । କିନ୍ତୁ ବଢୁଥିବା ସଂକ୍ରମଣକୁ ଦେଖି ବଦଳିଛି ସୁରଙ୍କ ସ୍ବର । ଖୋର୍ଦ୍ଧା, ଭୁବନେଶ୍ବର, କଟକ ଓ ବାଲେଶ୍ବର ଜିଲ୍ଲା ସମେତ ଉପକୂଳ ଓଡିଶାରେ କୋଭିଡ ସଂକ୍ରମଣ ସ୍ଥିତି ସ୍ବଭାବିକ ହୋଇନାହିଁ । ବିଭିନ୍ନ ହସ୍ପିଟାଲରେ ଯେଉଁଭଳି ଭାବେ ଲୋକଙ୍କ ମୃତ୍ୟୁ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଉ କିଛି ଦିନ ଲକଡାଉନ ବୃଦ୍ଧି କରିବା ଦରକାର ବୋଲି ସୁର କହିଛନ୍ତି ।

ସେହିପରି, ସରକାର ସ୍ଥିତିକୁ ଦେଖି ଯଥାର୍ଥ ନିଷ୍ପତ୍ତି ନିଅନ୍ତୁ ବୋଲି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । କାରଣ ବହୁସଂଖ୍ୟାରେ ଜନଜୀବନ ହାନି ହୋଇଛି । ସଂକ୍ରମଣ କାରଣରୁ ଲୋକମାନେ ଅନେକ ଦୁରାବସ୍ଥା ଭୋଗିଛନ୍ତି । ତେଣୁ ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ହାର କମିଛି । ସେ ଜିଲ୍ଲା ଗୁଡ଼ିକ ଅନଲକ ହେଉ । ସେଠାରେ ଜୀବନ ଯାତ୍ରା ସ୍ଵାଭାବିକ ହେଉ । ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ହାର ମନ୍ଥର ଗତିରେ କମୁଛି କିମ୍ବା ସଂକ୍ରମଣ ହାର ପ୍ଲାଟୁ ଷ୍ଟେଜରେ ଅଛି । ସେ ଜିଲ୍ଲା ଗୁଡ଼ିକରେ ଲକଡାଉନ ଜାରି ରହିବା ହିଁ ଠିକ୍ ହେବ ବୋଲି ପୃଥ୍ବୀରାଜ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.