ଭୁବନେଶ୍ବର: ଆସିଲା ଅଗଷ୍ଟ ମାସ ଗାଇଡଲାଇନ । ଆଜି ଏନେଇ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ନେଇ ଅଗଷ୍ଟ ମାସର କୋରୋନା ଗାଇଡଲାଇନ ଜାରି କରିଛନ୍ତି ।
କୋରୋନା ମହାମାରୀକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡଲାଇନ ଜାରି କରିଛନ୍ତି । କୋରୋନା ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନେଇଛନ୍ତି ସରକାର । ରାଜ୍ୟର ୨୭ ଜିଲ୍ଲାରେ କୋରୋନା ପଜିଟିଭି ହାର ନଗନ୍ୟ ରହିଛି । ରାଜ୍ୟରେ ବର୍ତ୍ତମାନ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଧୀରେ ଧୀରେ ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଛନ୍ତି ।
କୋଭିଡ ଯୁଦ୍ଧରେ ବିଜୟ ପାଇଁ ତନୋଟି ମୂଳମନ୍ତ୍ର ସାମାଜିକ ଦୂରତା, ମାସ୍କ, ସାନିଟାଇଜ କରିବା ହେଉଛି ମୁଖ୍ୟ ଅସ୍ତ୍ର । ଏହା ସହିତ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି । ରାଜ୍ୟରେ ଦେଢ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଯାଇଛି କୋରୋନା ଟିକା । ଅଗଷ୍ଟ ମାସରେ ସାରା ରାଜ୍ୟରେ ଅନଲକ ପ୍ରକ୍ରିୟା ଜାରି ରହିବ । ରାତ୍ର ୮ ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । କଟକ, ପୁରୀ ଓ ଭୁବନେଶ୍ବରେ ସପ୍ତାହନ୍ତ ସଟଡାଉନ । ଏହି ଅଞ୍ଚଳରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ସାରା ରାଜ୍ୟରେ ଦୋକାନ ବଜାର, ମଲ ସକାଳ ୬ରୁ ରାତି 8 ପର୍ଯ୍ୟନ୍ତ ଖୋଲା ରହିବ ।
ସମସ୍ତ ଧାର୍ମିକ, ରାଜନୈତିକ ସାଂସ୍କୃତି କାର୍ଯ୍ୟକ୍ରମ, ପ୍ରଦର୍ଶନୀ, ବାଣିଜ୍ୟ ମେଳାକୁ ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ, ପାର୍କ, ବିଚ ଖୋଲାଯିବ । କୋରୋନା କଟକଣା ସହିତ ବୁଲିବେ । ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଏହା ସହ ହୋଟେଲ, ରେସ୍ତୋରାଁ, ଢାବା ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିପାରିବ । ରାଜ୍ୟର ଥିଏଟର ମଞ୍ଚ ସିନେମା ହଲ୍ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ । କୋରୋନା ଭ୍ୟାକ୍ସିନର ଦୁଇଟି ଡୋଜ ନେଇଥିଲେ ସିନେମା ହଲକୁ ମିଳିବ ଅନୁମତି । ସମସ୍ତ କୋରୋନା କଟକଣା ପାଳନ କରିବା ବାଧ୍ୟତାମୂଳକ । ଏହି କଟକଣା ଆସନ୍ତା ମାସ ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ