ETV Bharat / city

ଘୋଷଣା ହେଲା ଅନଲକ-3 ନିୟମ, ନମାନିଲେ ଗଣିବେ ମୋଟା ଅଙ୍କର ଦଣ୍ଡ - unlock-3 guideline

ଅନଲକ 3 ନିୟମ ନମାନିଲେ ଗଣିବେ ମୋଟା ଅଙ୍କର ଦଣ୍ଡ। ଅନଲକ 3 ରେ ନୂଆନିୟମ ଜାରି ହୋଇଛି। ନିୟମ କୁ ଭାଙ୍ଗିଲେ ଜନସାଧାରଣଙ୍କୁ ମୋଟା ଅଙ୍କର ଟଙ୍କା ଗଣିବାକୁ ପଡିବ। ଅଧିକ ପଢନ୍ତୁ..

ଘୋଷଣା ହେଲା ଅନଲକ-3 ନିୟମ, ନମାନିଲେ ଗଣିବେ ମୋଟା ଅଙ୍କର ଦଣ୍ଡ

author img

By

Published : Jul 31, 2020, 8:28 PM IST

Updated : Jul 31, 2020, 9:36 PM IST

ଭୁବନେଶ୍ବର: ଅନଲକ 3 ଗାଇଡ଼ ଲାଇନ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ ମିଟ। ମାସ୍କ ନପିନ୍ଧିଲେ ଅଧିକ ଗଣିବାକୁ ହେବ ଟଙ୍କା। ପ୍ରଥମ ଦୁଇ ଥର ନମାନିଲେ ଏକ ହଜାର ଟଙ୍କା ଫାଇନ ଗଣିବେ। ତୃତୀୟ ଥର ଏହି ନିୟମକୁ ଭାଙ୍ଗିଲେ ଗଣିବେ 5 ହଜାର ଟଙ୍କା । ଦୋକାନରେ ସାମାଜିକ ଦୂରତା ନ ରଖିଲେ ସିଲ ହେବ ଦୋକାନ। ପ୍ରଥମ ଥର ପାଇଁ ନମାନିଲେ ଏକ ସପ୍ତାହ ସିଲ ସହ 10 ହଜାର ଟଙ୍କା ଫାଇନ ଗଣିବେ ।

ଘୋଷଣା ହେଲା ଅନଲକ-3 ନିୟମ, ନମାନିଲେ ଗଣିବେ ମୋଟା ଅଙ୍କର ଦଣ୍ଡ

ଏହା ପରେ ଯଦି ଆଇନ ଖିଲାପ କରାଯାଏ ତେବେ ଏକ ମାସ ପର୍ଯ୍ୟନ୍ତ ସିଲ କରାଯିବ । ବିବାହ କାର୍ଯ୍ୟକ୍ରମରେ 50 ଜଣଙ୍କୁ ଛଡ଼ାଯାଉଛି । ବିବାହରେ ଆଇନ ଉଲ୍ଲଂଘନ ହେଲେ 10 ହଜାର ଟଙ୍କା ଫାଇନ ଆଦାୟ କରାଯିବ। ଆଗାମୀ ଦିନରେ ଏଭଳି ନିୟମ ଭାଙ୍ଗିଲେ ମଣ୍ଡପ ମାଲିକଙ୍କ ନାମରେ ଦଣ୍ଡ ବିଧାନ କରାଯିବ। ଆବଶ୍ୟକ ପଡ଼ିଲେ ସିଲ କରାଯିବ ବୋଲି କହିଛନ୍ତି ମୁଖ୍ୟ ସଚିବ ।

10 ଜଣରୁ ଅଧିକ ବ୍ୟକ୍ତି ଏକତ୍ରିତ ହେଲେ ତାଙ୍କୁ ମଧ୍ୟ 10 ହଜାର ଟଙ୍କା ଫାଇନ କରାଯିବ। ସେହିପରି ଦୋକାନ ବଜାର, ଅନୁଷ୍ଠାନ ଗୁଡ଼ିକ ସାମାଜିକ ଦୂରତା ନ ମାନିଲେ ମାଲିକଙ୍କୁ 10 ହଜାର ଟଙ୍କା ଫାଇନ କରାଯିବ। ଅନ୍ୟପଟେ ପ୍ରଥମେ ତାକୁ ସିଲ କରାଯିବ 1 ସପ୍ତାହ ପାଇଁ ଦ୍ୱିତୀୟରେ ଏକ ମାସ ପାଇଁ ସିଲ କରାଯିବ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 31, 2020, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.