ETV Bharat / city

ଭୁବନେଶ୍ବରରେ ଅନଲକ-1; ଜାଣନ୍ତୁ କାହାକୁ ମିଳିବ ଅନୁମତି, କ’ଣ ରହିବ ବନ୍ଦ - Unlock -1 in Bhubaneswar

କେନ୍ଦ୍ର ସରକାର ଅନଲକ-୧ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣାଯାଇଛି ନୂଆ ଗାଇଡ଼ଲାଇନ । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ବରରେ ମଧ୍ୟ ସମାନ ନିୟମ ଲାଗୁ ହେବ। ଅଧିକ ପଢନ୍ତୁ...

ଭୁବନେଶ୍ବରରେ ଅନଲାକ-1; ଯାଣନ୍ତୁ କାହାକୁ ମିଳିବ ଅନୁମତି, କଣ ରହିବ ବନ୍ଦ

author img

By

Published : Jun 3, 2020, 10:05 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ମହାମାରୀ କୋରୋନା ସଂକ୍ରମଣ । ଇତି ମଧ୍ୟରେ କେନ୍ଦ୍ର ସରକାର ଅନଲକ-୧ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଣାଯାଇଛି ନୂଆ ଗାଇଡ଼ଲାଇନ । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ବରରେ ମଧ୍ୟ ସମାନ ନିୟମ ଲାଗୁ ହେବ। ଏହି ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଭୁବନେଶ୍ବରରେ ଅନଲାକ-1; ଯାଣନ୍ତୁ କାହାକୁ ମିଳିବ ଅନୁମତି, କଣ ରହିବ ବନ୍ଦ

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁସାରେ ଭୁବନେଶ୍ବରରେ ମୋଟ ୧୧ ଜଣ କୋରୋନା ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୯ ଜଣ ବାହାରୁ ଆସିଛନ୍ତି। ଭୁବନେଶ୍ବରକୁ ମୋଟ ୨୧୮୮ ଜଣ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨୯୭ ଜଣ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । ଅବଶିଷ୍ଟ କ୍ବାରେଣ୍ଟାଇନ ଅବଧି ସାରିଛନ୍ତି। ଦୈନନ୍ଦିନ ଭୁବନେଶ୍ୱରରେ ୩୦୦ରୁ ୪୦୦ କୋଭିଡ ୧୯ ଟେଷ୍ଟ ହେଉଛି। ଏବେ ଭୁବନେଶ୍ୱର କୌଣସି କଣ୍ଟେନମେଣ୍ଟ ଜୋନ ନାହିଁ।

ଅନଲକ ୧ ଘୋଷଣା ହେବା ପରେ ସ୍ମାର୍ଟସିଟି ଭୁବନେଶ୍ବରରେ ଲକଡାଉନ କଟକଣା କିଛି ମାତ୍ରାରେ କୋହଳ କରାଯାଇଛି । ହେଲେ ଭୁବନେଶ୍ବରରେ ଜୁଲାଇ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ । ସେହିପରି ଜୁନ ୩୦ ଯାଏଁ ଖୋଲିବନି ସପିଂ ମଲ, ସିନେମା ହଲ ଓ କୌଣସି ଧାର୍ମିକ ଅନୁଷ୍ଠାନ । ୩୦ ପ୍ରତିଶତ କ୍ଷମତାରେ ଖୋଲିବ ହୋଟେଲ। ଅଟୋରେ ସର୍ବାଧିକ ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ। ବସରେ ମଧ୍ୟ ସମାନ ସିଟ ଅନୁଯାୟୀ ଯାତ୍ରୀ ବସି ପାରିବେ। ଛେପ ପକାଇଲେ କିମ୍ବା, ମାସ୍କ ନପିନ୍ଧିଲେ ଦେବାକୁ ପଡିବ ଫାଇନ। ପ୍ରଥମ ଓ ଦ୍ବିତୀୟ ଥର ପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ତୃତୀୟ ଥର ବିନା ମାସ୍କରେ ଗୋଡ କାଢ଼ିଲେ ଗଣିବେ ୧୦୦୦ ଟଙ୍କା । ଚୁଟି କାଟିବା ପାଇଁ ସେଳୁନ ଓ ବିଉଟି ପାର୍ଲରରେ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି ।

ଜୁନ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ଭୁବନେଶ୍ବର ସଟଡାଉନ ହେବ। ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ହସ୍ପିଟାଲ, କ୍ଲିନିକ, ମେଡ଼ିକାଲ ଷ୍ଟୋରକୁ ଅନୁମତି ମିଳିଛି। କୃଷି, ପଶୁପାଳନ ଓ ମତ୍ସ୍ୟଚାଷକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଭୁବନେଶ୍ବରରେ ସମସ୍ତ ପାର୍କ ମଧ୍ୟ ସକାଳ ୫ଟାରୁ ଦିନ 10ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୬ ଟା ଯାଏଁ ଖୋଲିବ। ଜୁନ ମାସରେ କୋରୋନା ବଢ଼ିପାରେ ବୋଲି ରାଜ୍ୟ ସରକାର ଆକଳନ କରୁଥିବାରୁ ଗାଇଡ଼ ଲାଇନରେ କିଛି ପରିବର୍ତ୍ତନ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.