ETV Bharat / city

ମନ୍ଦିର ପରିସରରେ ଅନୈତିକ କାର୍ଯ୍ୟ, ଅଭିଯୋଗ ଆଣିଲେ ପୂଜକ

ଏଜି ଛକ ନିକଟସ୍ଥ ରାଜୀବ ଭବନ ନିକଟରେ ଥିବା ମନ୍ଦିର ପରିସରରେ ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ କଲେ ମନ୍ଦିର ପୂଜକ । କହିଲେ ବିରୋଧ କଲେ ମିଳୁଛି ହତ୍ୟା ଧମକ । ଅଧିକ ପଢ଼ନ୍ତୁ...

Unlawful acts are going on temple, vicinity of the temple, priest complains in human rights department, temple in bhubaneswar, ମନ୍ଦିର ପରିସରରେ ଅନୈତିକ କାର୍ଯ୍ୟ, ଅଭିଯୋଗ ଆଣିଲେ ପୂଜକ, ରାଜୀବ ଭବନ ନିକଟ ମନ୍ଦିର
ମନ୍ଦିର ପରିସରରେ ଅନୈତିକ କାର୍ଯ୍ୟ, ଅଭିଯୋଗ ଆଣିଲେ ପୂଜକ
author img

By

Published : Jun 1, 2020, 8:14 PM IST

ଭୁବନେଶ୍ବର: ରାଜଧାନୀର ଏକ ମନ୍ଦିର ପୂଜକ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଆଣିଛନ୍ତି ସଙ୍ଘାତିକ ଅଭିଯୋଗ। ମନ୍ଦିର ଭିତରେ ଚାଲିଛି ଅନୈତିକ କାର୍ଯ୍ୟ। ବିରୋଧ କଲେ ମିଳୁଛି ମାଡ ସହ ଜୀବନରୁ ମାରିଦେବାକୁ ଧମକ । ପୂଜକ ଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ।

ମନ୍ଦିର ପରିସରରେ ଅନୈତିକ କାର୍ଯ୍ୟ, ଅଭିଯୋଗ ଆଣିଲେ ପୂଜକ

ପୂଜକ ବିଷ୍ଣୁପ୍ରସାଦ ପଣ୍ଡା ଯାଜପୁରରୁ ଆସି ଭୁବନେଶ୍ବରର ୟୁନିଟ-5 ଅଞ୍ଚଳରେ ରୁହନ୍ତି । ଏଜି ଛକ ନିକଟସ୍ଥ ଥିବା ରାଜୀବ ଭବନ ନିକଟରେ ଥିବା ମନ୍ଦିରରେ ଦୀର୍ଘ ବର୍ଷ ଧରି ପୂଜା କରି ଆସୁଛନ୍ତି ସେ । ତେବେ ଗତ କିଛିଦିନ ହେଲା କିଛି ଲୋକ ଜୋର ଜବରଦସ୍ତି ମନ୍ଦିରରେ ପ୍ରବେଶ କରି ରାଜଧାନୀର ବିଭିନ୍ନ ସ୍ଥାନରୁ ମହିଳା ଓ ଝିଅଙ୍କୁ ଆଣି ଦେହ ବ୍ୟବସାୟ କରୁଛନ୍ତି ଏବଂ ଏହାକୁ ବିରୋଧ କଲେ ମିଳୁଛି ପୂଜକ ବିଷ୍ଣୁପ୍ରସାଦଙ୍କୁ ମିଳୁଛି ହତ୍ୟା ଧମକ। ଏହି ଘଟଣାକୁ ନେଇ ସେ କ୍ୟାପିଟାଲ ଥାନାରେ ଜଣାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହିଁ ।

ମନ୍ଦିର ପରିସରରେ ଏଭଳି କାମ କରାଯାଉଥିବା ବେଳେ ଏହାକୁ ବିରୋଧ କରିବାରୁ ବ୍ରାହ୍ମଣ ବିଷ୍ଣୁପ୍ରସାଦଙ୍କୁ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ତେଣୁ ସେ ଏବେ ସେମାନଙ୍କ ଠାରୁ ଲୁଛି ଛପି ରହୁଛନ୍ତି । ତେବେ ଘଟଣା ଅସହ୍ୟ ହେବାରୁ ରାଜ୍ୟ ମାନବାଧିକାର କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବିଷ୍ଣୁପ୍ରସାଦ କହିଛନ୍ତି ଯେ ପୋଲିସ ଠାରୁ ନ୍ୟାୟ ନପାଇ ରାଜ୍ୟ ମାନବାଧିକାରଙ୍କ ଦ୍ବାରସ୍ତ ହୋଇଛନ୍ତି ସେ । ଯଦି ମନାବାଧିକାର ଆୟୋଗ ନିକଟରେ ନ୍ୟାୟ ନପାଇବେ ତେବେ ବ୍ରାହ୍ମଣ ସମାଜ ସହ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ପୂଜକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.