ETV Bharat / city

ବିଏମସି ପାଇଁ ବିପଦରେ ଜୀବନ, ୟୁନିଟ 1 ହାଟ ହେଉନାହିଁ ସାନିଟାଇଜ

ଦୈନିକ ହଜାର ହଜାର ସଂଖ୍ୟାରେ ପନିପରିବା କିଣିବାକୁ ଆସୁଥିବା 1ନଂ ହାଟକୁ ପ୍ରଶାସନ ପକ୍ଷରୁ କରାଯାଉ ନାହିଁ ସାନିଟାଇଜ । ଫଳରେ ଉଭୟ ବେପାରୀ ଓ ଗ୍ରାହକଙ୍କ ମନରେ ରହୁଛି ସଂକ୍ରମଣର ଭୟ ।

author img

By

Published : Jul 28, 2020, 2:48 PM IST

ବିଏମସି ପାଇଁ ବିପଦରେ  ଜୀବନ, ୟୁନିଟ1 ହାଟ ହେଉନାହିଁ ସାନିଟାଇଜ

ଭୁବନେଶ୍ବର: ବର୍ତ୍ତମାନ କୋରୋନା ହଟସ୍ପଟ ପାଲଟିଲାଣି ରାଜଧାନୀ। ଦିନକୁ ପ୍ରାୟ150ରୁ ଉର୍ଦ୍ଧ୍ବ କେସ୍‌ ସାମ୍ନାକୁ ଆସୁଛି । ତଥାପି ବେପରୁଆ ନୀତି ଅପାଣାଉଛି ବିଏମସି । ଦୈନିକ ହଜାର ହଜାର ସଂଖ୍ୟାରେ ପନିପରିବା କିଣିବାକୁ ଆସୁଥିବା 1ନଂ ହାଟକୁ ପ୍ରଶାସନ ପକ୍ଷରୁ କରାଯାଉ ନାହିଁ ସାନିଟାଇଜ । ଫଳରେ ଉଭୟ ବେପାରୀ ଓ ଗ୍ରାହକଙ୍କ ମନରେ ରହୁଛି ସଂକ୍ରମଣର ଭୟ ।

ବିଏମସିର ଅବହେଳା ପଡି ପାରେ ଭାରି, ୟୁନିଟ-1 ହାଟ ହେଉ ନାହିଁ ସାନିଟାଇଜ

ଏ ହେଉଛି ରାଜଧାନୀ ଭୁବନେଶ୍ବରର ସବୁଠୁ ବଡ ପନିପରିବା ହାଟ। ଏହି 1ନଂ ହାଟକୁ ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ପନିପରିବା କିଣିବାକୁ ଆସିଥାନ୍ତି । ତେବେ କୋରୋନା ମହାମାରୀ ସମୟରେ ୟୁନିଟ ୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପଡିଆରେ ବସୁଛି ହାଟ। ପୂର୍ବ ଭଳି ଏଠାକୁ ମାଳମାଳ ଲୋକେ ଆସୁଛନ୍ତି । କିନ୍ତୁ ଏଠାରେ ନା ହେଉଛି ଥର୍ମାଲ ଚେକିଂ, ନା ଲୋକେ ମାନୁଛନ୍ତି ସାମାଜିକ ଦୂରତା । ସବୁଠାରୁ ବିଡମ୍ବନାର କଥା ପ୍ରଶାସନ ପକ୍ଷରୁ ଏହି ହାଟକୁ ବିଶୋଧନ କରାଯାଉ ନାହିଁ । ଫଳରେ ଉଭୟ ବେପାରୀ ଓ ଗ୍ରାହକଙ୍କ ମନରେ ରହୁଛି ସଂକ୍ରମଣର ଭୟ ।

ରଣା ମହାନ୍ତି,ଗତ ୩୦ ବର୍ଷ ହେବ ୟୁନିଟ ୧ ହାଟରେ ଦୋକାନ । ସେକହିଛନ୍ତି ଯେ, ଏବେ ଦୋକାନ ଲକଡାଉନ କଟକଣାରୁ ବନ୍ଦ ହୋଇଯିବାରୁ ଅସ୍ଥାୟୀ ଭାବରେ ଏବେ ମଦର୍ସ ପବ୍ଲିକ ସ୍କୁଲ ପଡ଼ିଆରେ ପରିବାର ଚାଲିବାକୁ ବେପାର କରୁଛି ସତ କିନ୍ତୁ ମୁଁ ଆତଙ୍କିତ କାରଣ ଯେକୌଣସି ସମୟରେ କରୋନା ସଂକ୍ରମଣ ହେଇପାରେ । କାରଣ ହାଟ ବଜାରରେ ଦୈନିକ ହଜାର ହଜାର ଲୋକ ଏକାଠି ହେଉଛନ୍ତି ସାମାଜିକ ଦୂରତ୍ବ ବଜାୟ ରଖିବା କଷ୍ଟକର, ମାସ୍କ ପିନ୍ଧିଲେ ବି କରୋନା ସଂକ୍ରମଣକୁ ଏଡାଇ ଯାଇ ନପାରେ। ଆହୁରି ମଧ୍ୟ କହିଛନ୍ତି ପ୍ରତିଦିନ ମାର୍କେଟରେ ହଜାର ହଜାର ଲୋକେ ଏକାଠି ହେଉଛନ୍ତି ସେସବୁ ସ୍ଥଳରେ ପ୍ରତିଦିନ ସାନିଟାଇଜ କରାଯିବା କଥା, କିନ୍ତୁ ଏକ ନଂ ହାଟରେ ପ୍ରତିଦିନ କଣ ସପ୍ତାହକୁ ଥରେ ବି ସାନିଟାଇଜ ହେଉ ନାହିଁ । ଯାହାକି କୋରୋନା ସଂକ୍ରମଣକୁ ଡାକୁ ଆଣି ପାରେ

କେବଳ ବ୍ୟବସାୟୀ ନୁହନ୍ତି ହାଟ ବଜାରକୁ ଆସୁଥିବା ସାଧାରଣ ଲୋକ ମଧ୍ୟ ଆତଙ୍କିତ। ସେମାନଙ୍କ ମତରେ ଆବଶ୍ୟକତା କୁ ନେଇ ହାଟ ବଜାରକୁ ଆସୁଛୁ,ସାମାନ୍ୟ ଶସ୍ତା ପାଇଁ ୟୁନିଟ୧ ମାର୍କେଟ କୁ ଆସୁଛୁ,କିନ୍ତୁ ଏଠି କୋରୋନା ନେଇ ଘରକୁ ଫେରିବା ପ୍ରାୟ ନିଶ୍ଚିତ ହେବା ଭଳି ଲାଗୁଛି। ଲୋକମାନେ ସ୍ବଚ୍ଛତା ଅବଲମ୍ବନ କରୁନାହାନ୍ତି, ସରକାରୀ ସାନିଟାଇଜ ବ୍ୟବସ୍ଥା ମଧ୍ୟ ନିୟମିତ ହେଉନାହିଁ।

ଅନ୍ୟପକ୍ଷେ 1ନଂ ହାଟ ବ୍ୟବସାୟୀ ସଂଘର ଯୁକ୍ତି ହେଉଛି,ଆମେ ବିଏମସି ଓ ବିଭାଗୀୟ ଅଧିକାରୀଙ୍କୁ ଜଣେଇଲେ ବି କେହି ଶୁଣୁନାହାନ୍ତି।

ହାଟ ପରି ସର୍ବସାଧରଣ ସ୍ଥାନରେ ବିଏମସି କତ୍ତୃପକ୍ଷ ସାନିଟାଇଜ ନକରି ଚୁପ ହୋଇ ବସି ରହିଛି । ଏହି ଅବହେଳା ଯୋଗୁଁ ଦିନ ଆସିବ ୟୁନିଟ 1 ସୁପର ସ୍ପେଡର ଯେ ନପାଲଟିବ ତାହା କିଏ କହିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.