ଭୁବନେଶ୍ବର : ରାଜଧାନୀର ସର୍ବବୃହତ ପରିବା ହାଟର ବିକେନ୍ଦ୍ରୀକରଣ । ଆଜି(ବୁଧବାର)ଠାରୁ ଭୁବନେଶ୍ଵର ୟୁନିଟ ୧ ପରିବା ହାଟକୁ ଏହାର ପଛପଟ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ବ୍ୟବସାୟୀମାନେ ସ୍କୁଲ ପଡ଼ିଆରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ।
ପୂର୍ବରୁ ରାଜଧାନୀ ଆଉ କିଛି ପ୍ରମୁଖ ହାଟର ବିକେନ୍ଦ୍ରୀକରଣ ହୋଇଥିଲା। କୋଭିଡ ସଂକ୍ରମଣକୁ ଦେଖି ଭିଡ଼ ଏଡ଼ାଇବା ପାଇଁ ବିଏମସି ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଲାଇଟ ଓ ପାନୀୟ ଜଳର ଆନୁସଙ୍ଗିକ ବ୍ୟବସ୍ଥା କରିଛି ବିଏମସି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ