ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସତୀଶ ମିଶ୍ର(union urban development department secretary) । ଏହି ଅବସରରେ ସେ ଭୁବନେଶ୍ୱରର ବିଏମସି ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି(BMC projects reviewed) । ସେହିଭଳି ଟ୍ରାନ୍ସଜେଣ୍ଡରଙ୍କ ଦ୍ବାରା ପରିଚାଳିତ ହେଉଥିବା ଭୁବନେଶ୍ୱରରେ ସ୍ମାର୍ଟପାର୍କିଂ ସହ ଡିଜିଟାଲ ପାର୍କିଂ ପ୍ରକଳ୍ପକୁ ଅନୁଧ୍ୟାନ କରିଥିଲେ ।
କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟସିଟି ଓ ଅମୃତ ଯୋଜନା ଭଳି ବିଭିନ୍ନ ସ୍କିମ୍ରେ ରାଜ୍ୟକୁ ମିଳୁଥିବା ଅନୁଦାନକୁ କିଭଳି କାର୍ଯ୍ୟରେ ଲଗାଯାଉଛି ତାହା ସମୀକ୍ଷା କରଯାଉଛି । ରାଜ୍ୟ ଓ ରାଜଧାନୀରେ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ।
ହାଉସିଂ ସ୍କିମ୍ ଓ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଓ କର୍ମନିଯୁକ୍ତି କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସତୀଶ ମିଶ୍ର । ସତୀଶ ମିଶ୍ରଙ୍କ ଗସ୍ତ ସମୟରେ ବିଏମସି ପ୍ରଶାସକ ଜି ମାଥିଭାଥନନ ଓ ବିଏମସି କମିଶନର ତଥା ସ୍ମାର୍ଟସିଟିର ସିଇଓ ସଞ୍ଜୟ ସିଂ ଉପସ୍ଥିତ ଥିଲେ । ଆସନ୍ତାକାଲି(ଶନିବାର) ମଧ୍ୟ କେନ୍ଦ୍ର ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ସତୀଶ ମିଶ୍ର ବିଭିନ୍ନ ସ୍ଥାନ ଓ ପ୍ରକଳ୍ପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ