ETV Bharat / city

‘ଆୟୁଷ୍ମାନ’କୁ  ନେଇ ରାଜ୍ୟ ଅଧିକାରୀ ଅବୁଝା , ଧର୍ମେନ୍ଦ୍ର ପ୍ରଧାନ

author img

By

Published : Jan 7, 2020, 3:09 AM IST

ଓଡିଶା ସରକାର ରାଜ୍ୟରେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ ନକରିବା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି । ଅଧିକ ପଢନ୍ତୁ...

Union Petroleum Minister mock odisha Ayushman Bharat
ଫାଇଲ ଫଟୋ

ଭୁବନେଶ୍ବର: ଓଡିଶା ସରକାର ରାଜ୍ୟରେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ ନକରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି । ସେ କହିଛନ୍ତି କି ରାଜ୍ୟ ସରକାରଙ୍କ ବନ୍ଧୁମାନେ ବୋଧେ ଏହାକୁ ଠିକ୍ ଭାବେ ବୁଝି ପାରି ନାହାନ୍ତି। ଯାହାଫଳରେ ସେମାନେ ଏହାକୁ ଲାଗୁ କରିବା ନେଇ ଦ୍ଵନ୍ଦରେ ଥିବା ପ୍ରକାଶ କରିଛନ୍ତି ।

‘ଆୟୁଷ୍ମାନ ଯୋଜନା ବିଷୟରେ ଓଡିଶା ଅଧିକାରୀ ଅବୁଝା‘

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ବିଷୟରେ ପ୍ରାଞ୍ଜଳ ଭାବେ ଅବଗତ କରାଇ ସାରିଛନ୍ତି । ଏପରିକି ସେ ମଧ୍ୟ ଏଯୋଜନା ବିଷୟରେ ଅନେକ ଥର ଅବଗତ କରିଛନ୍ତି । ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବର୍ଷକୁ ବିଭିନ୍ନ ଜଟିଳ ରୋଗର ନିରାକରଣ ପାଇଁ 5 ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି ।

ଏହି ଯୋଜନା ମାଧ୍ୟମରେ ଦେଶର ଜଣେ ସାଧାରଣ ଗରିବ ଲୋକ ପାଇଁ କେନ୍ଦ୍ର ସରକାର ଚିକିତ୍ସା ସହାୟତା ରାଶି ପ୍ରଦାନ କରିଥାନ୍ତି । ତେଣୁ ଜନମଙ୍ଗଳ ରାଷ୍ଟ୍ରରେ ପ୍ରତ୍ୟେକ ଏପରି ଯୋଜନାରେ ଲୋକମାନଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି । ଓଡିଶା ସମେତ କେବଳ 4ଟି ରାଜ୍ୟ ଏହି ଯୋଜନାକୁ ଲାଗୁ କରି ନାହାଁନ୍ତି । ଏବେ ଏହି ଓଡିଶା ସମେତ ଏହି 4ଟି ରାଜ୍ୟକୁ ଆୟୁଷ୍ମାନ ଯୋଜନା ଯଥାଶୀଘ୍ର ଲାଗୁ କରିବା ପାଇଁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

g

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.