ETV Bharat / city

'ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ'

author img

By

Published : Feb 14, 2021, 3:27 PM IST

ଓଡିଶାରେ ଆନ୍ଧ୍ର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ କହିଲେ ଧର୍ମେନ୍ଦ୍ର ।

'ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ'
'ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ'

ଭୁବନେଶ୍ବର: ଓଡିଶାରେ ଆନ୍ଧ୍ର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ଆମ ଭୌଗୋଳିକ ସୀମାରେ ପଶି ଆନ୍ଧ୍ରର ନିର୍ବାଚନ ଚିନ୍ତାର ବିଷୟ । ପଡୋଶୀ ରାଜ୍ୟ ସହ ସୀମା ବିବାଦ ତିକ୍ତତା ଆଣୁଛି । ସମୟ ଥାଉ ପଦକ୍ଷେପ ନ ନେଲେ ଆହୁରି ଖରାପ ସମୟର ସାମ୍ନା କରିବାକୁ ପଡିପାରେ ବୋଲି ଟ୍ବିଟ କରି କହିଛନ୍ତି ଧର୍ମେନ୍ଦ୍ର ।

ଆନ୍ଧ୍ର ହେଉ ଅଥବା ଅନ୍ୟାନ୍ୟ ପଡ଼ୋଶୀ ରାଜ୍ୟ ମାନଙ୍କ ସହ ଆମର ସୀମା ବିବାଦ ଅନେକ ସମୟରେ ତିକ୍ତତା ସୃଷ୍ଟି କରୁଛି । ସମୟ ଥାଉ ଥାଉ ନେଡ଼ି ଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନ ନେଲେ ହୁଏତ ଆମକୁ ଆହୁରି ଖରାପ ସମୟର ସାମ୍ନା କରିବାକୁ ପଡ଼ିପାରେ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ।

ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି । ଏହାକୁ ସଠିକ୍ ଭାବରେ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶା । ଏହାସହ ସ୍ଥାନୀୟ ପ୍ରଶାସନ ସୀମାନ୍ତ ଗ୍ରାମ ଗୁଡ଼ିକର ବିକାଶ ଓ ବିଭିନ୍ନ ସରକାରୀ ସେବାକୁ ଗୁରୁତ୍ତର ସହ ମଜବୁତ୍ କରିବା ମଧ୍ୟ ଜରୁରୀ । ସବୁ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ବ୍ୟକ୍ତିବିଶେଷଙ୍କର ଆମର ମାତୃଭୂମିର ସୀମା ଓ ସୀମାନ୍ତ ଜନତାଙ୍କୁ ବାନ୍ଧି ରଖିବା ପାଇଁ ସମ୍ମିଳିତ ପ୍ରୟାସ ନିଶ୍ଚିତ ଭାବରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେପଟେ ବିବାଦ ମଧ୍ୟରେ ମୋଟ 12ଟି ଗ୍ରାମର 1025 ମତଦାତାଙ୍କୁ ନେଇ ଫାଟୁସିନେରିରେ ମତଦାନ ଶେଷ ହୋଇଛି। ଏହି ନିର୍ବାଚନରେ ସିନ୍ଧୁରିପୁ କାମି ୪୪ଖଣ୍ଡ ଭୋଟ ଅଧିକ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଏହାକୁ ନେଇ ସାଲୁର ରିଟର୍ଣ୍ଣିଂ ଅଧିକାରୀ ସୂଚନା ଦେଇଛନ୍ତି । ସିନ୍ଦୁରିପୁ କାମୀ 299 ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ବନ୍ଦୀ ପାଇଡ଼ିଲାମା 245 ଖଣ୍ଡ ଭୋଟ ପାଇଛନ୍ତି। ଅପରପକ୍ଷେ ଓଡ଼ିଶାରେ ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନେଇ ତୁମ୍ବି ତୋଫାନ ଦେଖାଦେଇଛି । ବିରୋଧୀ ଶାସକ ଦଳ ମଧ୍ୟରେ ତୁ ତୁ ମେ ମେ ଜାରି ରହିଛି । ସେପଟେ ଏହି ମାମଲାକୁ ନେଇ ଆନ୍ଧ୍ର ସରକାରଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ନେଇ ସଭିଙ୍କ ନଜର ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.