ETV Bharat / city

କେନ୍ଦ୍ର ବଜେଟର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

author img

By

Published : Feb 7, 2021, 8:42 PM IST

କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହା ଦେଶର ପ୍ରଥମ ଡିଜିଟାଲ ବଜେଟ ଏବଂ ଐତିହାସିକ ବଜେଟ । ମୋଦି ସରକାରଙ୍କ ସବକା ସାଥ ସବକା ବିକାଶ ଏବଂ ସବକା ବିଶ୍ବାସକୁ ଏଥିରେ ପ୍ରତିଫଳିତ ହୋଇଛି। ଅଧିକ ପଢନ୍ତୁ...

union minister Pratap Sadangi
କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ। ଏହା ଦେଶର ପ୍ରଥମ ଡିଜିଟାଲ ବଜେଟ ଏବଂ ଐତିହାସିକ ବଜେଟ । ସରକାରଙ୍କ ସବକା ସାଥ ସବକା ବିକାଶ ଏବଂ ସବକା ବିଶ୍ବାସକୁ ଏଥିରେ ପ୍ରତିଫଳିତ ହୋଇଛି । ଏହି ବଜେଟରେ ସବୁ ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସାରା ବିଶ୍ବରେ କୋରୋନା ମହାମାରୀ ଚାଲିଥିବାବେଳେ ଏହି ବଜେଟ ଉପସ୍ଥାପନା କରାଯାଇଛି । ଏଥିରେ ମୁଖ୍ୟତଃ ୬ଟି ସ୍ତମ୍ଭ ଶିକ୍ଷା,ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ଓ ଅର୍ଥନୀତିକୁ ଗୁରୁତ୍ବ ଦିଆଯାଇଛି । ଦେଶର ଆର୍ଥିକ ସ୍ଥିତିକୁ ଗୁରୁତ୍ବ ଦେଇ ଏଥିରେ ବ୍ୟବସ୍ଥା କରାଯାଇଛି । ଏଥିରେ ସ୍ବାସ୍ଥ୍ୟକୁ ଅଧିକ ପ୍ରାଥମିକତା ଦିଆଯାଇଛି, ଯାହା ବାସ୍ତବରେ ସମୟପଯୋଗୀ । ଏହାକୁ ନେଇ ସାରା ରାଷ୍ଟ୍ର ଗର୍ବିତ। ଏହା ଏକ ଚ୍ୟାଲେଞ୍ଜ ଥିଲା । ତାକୁ ଅତ୍ୟନ୍ତ ସାହାସିକତା ସହ ସାମ୍ନା କଲେ ଦେଶର ପ୍ରଧାନମନ୍ତ୍ରୀ । ଏହି ବଜେଟରେ କୁ-ପୋଷଣକୁ ଗୁରୁତ୍ବ ଦିଆଯାଇଛି । ଲୋକଙ୍କ ପାଇଁ ପିଇବା ପାଣି ପାଇଁ ଵିଶେଷ ବ୍ୟବସ୍ଥା ହୋଇଛି। ଏଥିରେ ବାୟୁ ପ୍ରଦୂଷଣ ରୋକିବାକୁ ପ୍ରଥମ ଥର ପାଇଁ ଦେଶର ବଜେଟରେ ଗୁରୁତ୍ବ ଦିଆଯାଇଛି। ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ଭିତ୍ତିଭୂମିକୁ ସଜାଡ଼ିବା ଉପରେ ଗୁରୁତ୍ବ ଦିଆଯାଇଛି । ସମ୍ବଳର ବିକାଶ ଉପରେ ଦିଆଯାଇଛି ଗୁରୁତ୍ବ ଦିଆଯାଇଛି । ବଜେଟରେ ଭାରତ ମାଳା ଯୋଜନା ଉପରେ ଫୋକସ ରହିଛି ।

ଉଜ୍ବଳା ଯୋଜନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚବାକୁ ବଜେଟରେ ବ୍ୟବସ୍ଥା ହୋଇଛି। ସେହିପରି ପୁଞ୍ଜି ପ୍ରତ୍ୟାହାରକୁ ଗୁରୁତ୍ବ ଦିଆଯାଇଛି। କୃଷକ ଉତ୍ପାଦନ ସହ ମତ୍ସ୍ୟ ଉତ୍ପାଦନକୁ ଗୁରୁତ୍ବ । ବଜେଟରେ ଓଡ଼ିଶା ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ରେଳ ବଜେଟରେ ଓଡ଼ିଶା ପାଇଁ ଵିଶେଷ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ।

ଚଳିତ ବର୍ଷ ବଜେଟରେ ସ୍ଵାସ୍ଥ୍ୟ ଏବଂ କଲ୍ୟାଣ ଗତ ବଜେଟ୍ ତୁଳନାରେ ଚଳିତ ବଜେଟ୍ ରେ ୧୩୭ ପ୍ରତିଶତ ଅଧିକ ଦିଆଯାଇଛି । ଆଗାମୀ ୬ ବର୍ଷ ମଧ୍ୟରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ବିଶେଷ କରି ଗ୍ରାମୀଣ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯିବ । ଜଳ ଯୋଗାଣ ଏବଂ ସ୍ବଚ୍ଛ ଭାରତ ମିଶନକୁ ଅଧିକ ସୁଦୃଢ କରାଯିବ । ବାୟୁ ପ୍ରଦୂଷଣ ରୋକିବା ପାଇଁ ଅଧିକ ଗୁରୁତ୍ବ ଦିଆଯାଇଛି । ଆତ୍ମନିର୍ଭର ଭାରତକୁ ସରକାର ଗୁରୁତ୍ବ ଦେଇଛନ୍ତି । ୧ କୋଟି ୯୭ ଲକ୍ଷ ଆସନ୍ତା ୫ ବର୍ଷ ପାଇଁ ବ୍ୟୟ ବରାଦ କରିଛନ୍ତି । ୧୩ ହଜାର କିଲୋମିଟର ନୂଆ ସଡକ ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି ସରକାର । ଜାତୀୟ ରେଳ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି । ସମ୍ପତ୍ତି ମାଲିକାନା ଯୋଜନାକୁ ମଧ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ଏକ ରାଷ୍ଟ୍ର ଏକ ରାସନ୍ କାର୍ଡ ଯୋଜନାକୁ କେନ୍ଦ୍ର ସରକାର ବିଶେଷ ଭାବରେ ଗୁରୁତ୍ବ ଦେଇଛନ୍ତି । ଏମଏସଏମଇ କ୍ଷେତ୍ରରେ ସରକାର ବଜେଟରେ ଯେଉଁ ରାଶି ଘୋଷଣା କରିଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଶିକ୍ଷା କ୍ଷେତ୍ରରେ ସରକାର ଯେଉଁ ଐତିହାସିକ ପଦଖେପ ଘୋଷଣା କରିଛନ୍ତି ତାହା ଏକ ଐତିହାସିକ ଯୋଜନା । ଉଜ୍ବଳା ସ୍କିମ, ଟେକ୍ସଟାଇଲ୍ ପାର୍କ, ରେଳ ପ୍ରୋଜେକ୍ଟ, ନ୍ୟାସନାଲ ହାଇୱେ ସାଙ୍ଗକୁ ଶିକ୍ଷାରେ କେନ୍ଦ୍ର ବଜେଟରୁ ଓଡିଶା ଯଥେଷ୍ଟ ଲାଭ ପାଇବ ।

ଭୁବନେଶ୍ବରରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.