ETV Bharat / city

ଆଜି ଶିକ୍ଷା ଅଧିକାରୀଙ୍କ ସହ ବୈଠକ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଆଜି ଶିକ୍ଷା ଅଧିକାରୀଙ୍କ ସମୀକ୍ଷା ବୈଠକ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ରାଜ୍ୟରେ କୋରୋନା ମହାମାରୀ ସମୟରେ ଶିକ୍ଷାର ବ୍ୟବସ୍ଥା, ଗ୍ରାମଞ୍ଚଳରେ କିପରି ଶିକ୍ଷା ପହଞ୍ଚି ପାରିବ ଏବଂ ନୂଆ ଶିକ୍ଷା ନୀତି ଉପରେ ହୋଇପାରେ ଆଲୋଚନା । ଅଧିକ ପଢନ୍ତୁ...

author img

By

Published : Aug 21, 2021, 6:54 AM IST

ଆଜି ଶିକ୍ଷା ଅଧିକାରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ରାଜ୍ୟରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ଏଥି ପାଇଁ କିଏ ଅଧାରୁ ସ୍କୁଲ ପାଠପଢ଼ା ଛାଡିଲାଣିତ ଆଉ କିଏ ଇଣ୍ଟରନେଟର ସୁବିଧା ନପାଇ ପାଠ ପଢ଼ାରୁ ବଞ୍ଚିତ ହେଲାଣି । ଫଳରେ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେବାକୁ ବସିଲାଣି । ଯାହା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ଏନେଇ ଶିକ୍ଷା ବ୍ୟବସ୍ଥାକୁ ପୁଣି ଟ୍ରାକ ଫେରାଇ ଆଣିବାକୁ ଆଜି ବସିବ ଶିକ୍ଷା ଅଧିକାରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୈଠକ।

ଆଜି ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ, ସରକାରଙ୍କ ଅଧୀନରେ ଓଡ଼ିଶାରେ ଉଚ୍ଚଶିକ୍ଷା ସହ ଜଡିତ ଅନୁଷ୍ଠାନର ମୁଖ୍ୟମାନଙ୍କ ସହ ବୈଠକ ଅନୁଷ୍ଠିତ ହେବ । ଭିଡିଓ କନଫରେସିଂ ଦ୍ୱାରା IIT, IIM, NIT, ଇଗନୋ ମୁଖ୍ୟଙ୍କ ସହ ମଧ୍ୟ ବୈଠକରେ ଆଲୋଚନା କରାଯିବ । ରାଜ୍ୟରେ କୋରୋନା ସମୟରେ ଶିକ୍ଷାର ଗୁରୁତ୍ୱ, ଶିକ୍ଷା କ୍ଷେତ୍ରରେ କିଭଳି ଭାବରେ ଉଚିତ ପଦକ୍ଷପ ନିଆଯିବ ସେନେଇ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ବିଶେଷ ଭାବରେ ନୂଆ ଶିକ୍ଷାନୀତି ଉପରେ ଆଲୋଚନା ହୋଇପାରେ ଏବଂ କୋରୋନା ସମୟରେ ରାଜ୍ୟରେ ଶିକ୍ଷା ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିବା ବେଳେ ତାହାକୁ କିଭଳି ଭାବରେ ସୁଦୃଢ କରାଯିବ ସେନେଇ ମଧ୍ୟ ଆଲୋଚନା ହେବ। ଏଥି ସହ ଗ୍ରାମାଞ୍ଚଳରେ ପିଲା ମାନେ କିପରି ଇଣ୍ଟରନେଟର ସୁବିଧା ପାଇ କୋରୋନା ସମୟରେ ମୋବାଇଲ ମାଧ୍ୟମରେ ପାଠ ପଢିପାରିବେ ଓ ରାଜ୍ୟର ଶିକ୍ଷାରେ ଭଲ ପ୍ରଦର୍ଶନ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ ।

ଅନ୍ୟପଟେ ରାଜ୍ୟରେ ଥିବା ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ମାନଙ୍କଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଅନ୍ୟତମ ଅଟେ । ତେବେ ଏହି ଉତ୍କଳ ବିଶ୍ଵବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ଲାଗି ଅନେକ ଦିନରୁ ହୋଇଆସୁଛି ଦାବି। ରାଜ୍ୟରେ ରହିଥିବା ସ୍କୁଲ କଲେଜ ଏବଂ ୟୁନିଭରସିଟି କ୍ୟାମ୍ପସର ଉନ୍ନତିକରଣ ଭିତ୍ତିଭୂମି ଉପରେ ଆଲୋଚନା ହୋଇପାରେ । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜଣେ ଓଡ଼ିଆ ହୋଇଥିବାରୁ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଖୁବଶୀଘ୍ର ଉନ୍ନତି ଆସିବାର ସମ୍ଭାବନା ରହୁଥିବା ଅନୁମାନ କରାଯାଉଛି ।

IIT ଇଞ୍ଜିନିୟର ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଓଡିଆ ଭାଷାରେ ପାଠପଢିବା ନେଇ ମଧ୍ୟ ହୋଇପାରେ ଆଲୋଚନା । ନୂଆ ଜାତୀୟ ଶିକ୍ଷା ନୀତିରେ ବହୁତ ଭାଷାକୁ ଗୁରୁତ୍ୱ ଦିଆଯାଇଛି । ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଦିଗ ଭାରତର ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଦାନ କରିବା, ଯାହା ପିଲାଙ୍କ ପାଇଁ ଭବିଷ୍ୟତରେ ନୂଆ ମାନଚିତ୍ର ପ୍ରସ୍ତୁତ କରିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.