ETV Bharat / city

ପିଏମ କିଷାନ ଚାଷୀଙ୍କ ଖାତାକୁ ଗଲା ଟଙ୍କା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

author img

By

Published : May 14, 2021, 4:34 PM IST

ଚାଷୀଙ୍କ ଖାତାକୁ ଗଲା ଟଙ୍କା । ଓଡ଼ିଶାର ପ୍ରାୟ ୨୭,୮୩,୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଯାଇଛି । ସେହିପରି ସମଗ୍ର ଭାରତରେ ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ଯାଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ପିଏମ କିଷାନ ଚାଷୀଙ୍କ ଖାତାକୁ ଗଲା ଟଙ୍କା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ପିଏମ କିଷାନ ଚାଷୀଙ୍କ ଖାତାକୁ ଗଲା ଟଙ୍କା, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ପିଏମ୍ କିଷାନରେ ଆଜି ୮ମ କିସ୍ତିରେ ଓଡ଼ିଶାର ୨୭,୮୩,୨୦୯ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଯାଇଛି । ଏହା ସହ ସମଗ୍ର ଭାରତ ବର୍ଷର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ବ୍ୟାଙ୍କ ଖାତାରେ ଯାଇଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ କ୍ରମାଗତ ଭାବେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଉଛି । ଓଡ଼ିଶାର ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନା ଅନ୍ତର୍ଗତ ୮ଟି କିସ୍ତି ମାଧ୍ୟମରେ ୨ ହଜାର ଟଙ୍କା ଲେଖାଁଏ ହିସାବରେ ୩,୮୩୦.୮୫ କୋଟି ଟଙ୍କାର ସହାୟତା ରାଶି ପାଇ ଲାଭାନ୍ବିତ ହୋଇଛନ୍ତି । ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦,୫୦,୧୦୩ ଚାଷୀ ପଞ୍ଜିକୃତ ହୋଇଛନ୍ତି । ତନ୍ମମଧ୍ୟରୁ କେବଳ ସପ୍ତମ କିସ୍ତିରେ ୨୪,୭୦,୬୭୧ ଚାଷୀ ମୋଟ ୪୯୪.୧୩ କୋଟି ଟଙ୍କାର ସହାୟତା ରାଶି ପାଇଥିଲେ । ଏ ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ଫଳରେ ଅଷ୍ଟମ କିସ୍ତିରେ ୨୭,୮୩,୨୦୯ ଚାଷୀ ଲାଭ ପାଇଛନ୍ତି । ଯାହା ସପ୍ତମ କିସ୍ତିରୁ ୩,୧୨,୫୩୮ ଅଧିକ ।

Union minister Dharmendra pradhan
ପିଏମ କିଷାନ ଚାଷୀଙ୍କ ଖାତାକୁ ଗଲା ଟଙ୍କା; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ପିଏମ କିଷାନ ଯୋଜନାରେ ପଞ୍ଜିକୃତ ହୋଇଥିବା ରାଜ୍ୟର ସମସ୍ତ ଚାଷୀ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.