ETV Bharat / city

ନୀତି ନୈତିକତା, ରାଜନୀତି; ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦୀର୍ଘ ଦିନର ନିରବତା ପରେରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ସିଧା ରାଜନୈତିକ ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Union Minister Dharmendra Pradhan
Union Minister Dharmendra Pradhan
author img

By

Published : Nov 19, 2021, 7:58 PM IST

ଭୁବନେଶ୍ବର: ଦୀର୍ଘ ଦିନର ନିରବତା ପରେ ଆଜି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ସିଧା ରାଜନୈତିକ ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାମିଲ ହୋଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଛିଡା କରିବା ସହ ପୁରା ବିଜେଡି ଉପରେ ହମଲା କରିଛନ୍ତି ।

ଜାତୀୟ ରାଜନୀତି ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତି ଯାଏଁ, ପୁଣି ୧୯୯୯ ମସିହା ଦୁଷ୍କର୍ମ ଘଟଣା ଠାରୁ ମମିତା ମେହେର ଯାଏଁ ଚତୁର୍ଦ୍ଦିଗରୁ ରାଜ୍ୟ ସରକାରଙ୍କ ନୀତି ନୈତିକତା ଓ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର ।

ନୀତି ନୈତିକତା, ରାଜନୀତି; ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ସିଧା ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରି କହିଛନ୍ତି, ଓଡିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସ୍ଥିତି କଣ ? କାହିଁକି ମା ଭଉଣୀ ସର୍ବୋପରି ରାଜ୍ୟର ମହିଳା ମାନେ ଅସୁରକ୍ଷିତ ଆଜି । ମହିଳାଙ୍କୁ ସୁରକ୍ଷାରେ ଦେବାରେ ଆପଣ (ମୁଖ୍ୟମନ୍ତ୍ରୀ) କାହିଁକି ବିଫଳ ? କୁଆଡେ ଗଲା ଆପଣଙ୍କ ନୀତି ନୈତିକତା? କାହିଁକି ଆପଣ ମମିତା ମେହେର ଘଟଣାରେ ନୀରବ ? ଆଉ କେତେ ଦିନ ଶାସନ କଲେ ଆପଣ ମହିଳାଙ୍କୁ ସୁରକ୍ଷା ଦେଇପାରିବେ ?

ଜାତୀୟସ୍ତରର ଉଦାହରଣ ଦେଇ ଧର୍ମେନ୍ଦ୍ର କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରେଳ ଦୁର୍ଘଟଣା ପାଇଁ ନୈତିକତା ଆଧାରରେ ଇସ୍ତଫା ଦେଇଥିଲେ । ଲାଲକୃଷ୍ଣ ଆଡଭାଣୀଙ୍କ ନା ହାଉଲା କେଶରେ ଯୋଡା ଗଲା । ଲାଲକୃଷ୍ଣ ଆଡଭାଣୀ ସେତେବେଳେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଅଭିଯୋଗରୁ ମୁକ୍ତ ନହେବା ଯାଏଁ ଆଉ ନିର୍ବାଚନ ଲଢିବି ନାହିଁ ବୋଲି କହିଥିଲେ । ଆମେ ସେହି ପରମ୍ପରାର ଲୋକ । ଭାରତୀୟ ରାଜନୀତିରେ ନୈତିକତାର ମୂଲ୍ୟବୋଧର ଅନେକ ଉଦାହରଣ ଅଛି ।

ଆଉ ରାଜ୍ୟରେ ମଧ୍ୟ ଆପଣ(ମୁଖ୍ୟମନ୍ତ୍ରୀ) ଗୋଟିଏ ପରମ୍ପରା ସୃଷ୍ଟି କରିଥିଲେ । ହେଲେ କୁଆଡେ ଗଲା ଆପଣଙ୍କ ପରମ୍ପରା? ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ଜଣେ ଦଳିତ ବର୍ଗର ମହିଳା ଆପଣଙ୍କ ଦଳର ଆପଣଙ୍କ ମନ୍ତ୍ରୀ ଥିଲେ । ସେ ଛତୁଆ କାଣ୍ଡରେ ସାମିଲ ଥିଲେ । ଆପଣ ତାଙ୍କୁ ହିଁ ଅଭିଯୁକ୍ତ କରିଥିଲେ । ପୂର୍ବରୁ ନୈତିକତାର ଆଧାରରେ ଅନେକ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ଆପଣ ବାହାର କରିଛନ୍ତି ।

ହେଲେ ଏବେ ଯିଏ ବିଧାନସଭାରେ ଆପଣଙ୍କ ତରଫରୁ ଉତ୍ତର ଦେଉଛନ୍ତି ତାଙ୍କ ନାରେ ଅଭିଯୋଗ ଆସିଛି । ଆପଣଙ୍କ ସେ ବିଶ୍ବସ୍ତ ହୋଇଥାଇ ପାରନ୍ତି । କିନ୍ତୁ ରାଜ୍ୟବାସୀଙ୍କୁ ଆପଣ କଣ ଜବାବ ଦେବେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ପୁଣି ମମିତା ମେହେର ପ୍ରସଙ୍ଗ ଉଠାଇ କଡା ପ୍ରହାର କରି ଧର୍ମେନ୍ଦ୍ର କହିଛନ୍ତି, କଣ ଆବଶ୍ୟକ ହେଲା ଯେ ଆପଣଙ୍କୁ ପ୍ରାୟୋଜିତ ହାଇକୋର୍ଟ ଯିବାକୁ ପଡିଲା । ଘଟଟଣାର 90 ଦିନ ହୋଇନାହିଁ । ଚାର୍ଜସିଟ ଫାଇଲ କରିବାର ସମୟ ସରିନାହିଁ । ମୁଖ୍ୟମନ୍ତ୍ରୀଙ୍କୁ କେଉଁ କଥା ଡରାଉଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ 164 ବୟାନ ମମିତାଙ୍କ ଵାପା ମାଆ ଙ୍କର କରାଇଲେନାହିଁ । ପ୍ରଥମ 15 ଦିନ ମୁହଁରେ ତାଲା ଦେଇ ବସିଲେ । ଏହା ପୀଡିତାର ବାପା ମା ପ୍ରଶ୍ନ ନୁହେଁ, କାହାକୁ କଷ୍ଟ ଦେବା, କାହାର ଚରିତ୍ର ସଂହାର କରିବା । ଓଡିଶାର ସାଢେ 4 କୋଟି ଲୋକ କାହାର ଚରିତ୍ର କଣ ସେ କଥା ଉଠାଇନାହାନ୍ତି । ମମିତାର ବାପା ମା ଏତାଲ ଦେବା ପାଇଁ ଥାନାରୁ ଥାନା ବୁଲୁଥିଲେ । ସେତେବେଳେ ଆପଣ କଣ କରୁଥିଲେ । ସେହି ମାନଙ୍କୁ ପୁଣି 90 ଦିନର ସୀମା ନସରୁଣୁ ଚାପ ପକାଇ ହାଇକୋର୍ଟକୁ ଆଣିଛନ୍ତି । ହୋଇପାରେ ଗୃହ ରାଷ୍ଟ୍ରମନ୍ତ୍ରୀ ସମ୍ପୃକ୍ତ ନଥାଇପାରନ୍ତି । କିନ୍ତୁ ଦୀର୍ଘ 20-22 ବର୍ଷର ଶାସନରେ ଯେଉଁ ମନ୍ତ୍ରୀ ମାନେ ଦୁର୍ନୀତି ଓ ନୈତିକତାର ଦ୍ବାହି ଦେଇ ଇସ୍ତଫା ଦେଇଛନ୍ତି । ତାହେଲେ ସେମାନେ କଣ କାଠଗଡାରେ ଦୋଷୀ ହୋଇସାରିଛନ୍ତି କି? । ସେମାନଙ୍କର ନୈତିକତା କଣ ଅଲଗା ଆଉ ମୁଖ୍ୟମନ୍ତ୍ରୀଙ୍କ ଅତିପ୍ରିୟ ଲୋକର ନୈତିକତା ଅଲଗା କି ବୋଲି ଧର୍ମେନ୍ଦ୍ର କହିନ୍ତି ।

ରାଜନୈତିକ ବାଣ ମାରି ଧର୍ମେନ୍ଦ୍ର କହିଛନ୍ତି, ଏହା ଆଜି ଓଡିଶା ବାସୀଙ୍କ ମନରେ ବଡ ପ୍ରଶ୍ନ ହୋଇଛି । ଗୋଟିଏ ଅତ୍ୟନ୍ତ ଅଗଣତାନ୍ତ୍ରିକ, ସମ୍ବେଦନହୀନ ରାଜନୈତିକ ଉତ୍ତର ଦିଆଯାଉଛି ଯେ ବିରୋଧୀ ଦଳ ମାନେ ହୀନ ରାଜନୀତି କରୁଛନ୍ତି । ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଯେଉଁ ଯୁବ ସାଥୀ ମାନଙ୍କୁ ମୁକାବିଲା କରିବା ପାଇଁ ଦାୟୀତ୍ବ ଦେଇଛନ୍ତି । ସେମାନଙ୍କର ପିତାଶ୍ରୀ ମାନେ ଆଗରୁ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ଥିଲେ । ତାଙ୍କ ପୁଅମାନେ ଏବେ ରାଜନୀତି କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉପରେ ଆହୁରି କଠୋର ହୋଇ ଧର୍ମେନ୍ଦ୍ର କହିଛନ୍ତି ମେଣ୍ଟ ସରକାର ସମୟରେ ଅଟଳ ବିହାରୀ ବାଜପେୟୀଙ୍କୁ କିଏ ଆଠଗଡ ନେଇ ଯାଇଥିଲା ? 2000 ମସିହାରେ ଆଠଗଡରେ କେଉଁ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢାଯାଇଥିଲା? ୧୯୯୯ ମସିହା ଦୁଷ୍କର୍ମ ଘଟଣା ପ୍ରସଙ୍ଗରେ ଆନ୍ଦୋଳନ ହୋଇଥିଲା କି ନାହିଁ ? । ସେତେବେଳେ ଯଦି ଏହା ସମ୍ବେଦନଶୀଳ ଥିଲା । ଆଜି କାହିଁକି ନୁହେଁ ?

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.