ETV Bharat / city

ବଜେଟ୍‌ରେ ଶିକ୍ଷା ପାଇଁ ୧ ଲକ୍ଷ କୋଟି, ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି କହିଲେ ଧର୍ମେନ୍ଦ୍ର

author img

By

Published : Feb 1, 2022, 9:28 PM IST

ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଜେଟ୍ ଉତ୍ସାହଜନକ, ଭବିଷ୍ୟତବାଦୀ, ଅଭିବୃଦ୍ଧି ଭିତ୍ତିକ ଏବଂ ଲୋକାଭିମୁଖୀ ବଜେଟ । ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ, ଦକ୍ଷତା ବିକାଶ ପାଇଁ ଡିଜିଟାଲ୍ ଇକୋସିଷ୍ଟମ, କିଶାନ ଡ୍ରନ ଭାରତୀୟ ଅର୍ଥନୀତିର ମୂଳଦୁଆ ନିର୍ମାଣ ଓ ବ୍ଲୁ ପ୍ରିଣ୍ଟ ସ୍ଥାପନ କରିବ। ଅଧିକ ପଢନ୍ତୁ

Union minister Dharmendra pradhan reaction on Union Budget
ବଜେଟ୍‌ରେ ଶିକ୍ଷା ପାଇଁ ୧ ଲକ୍ଷ କୋଟି, ମୋଦି ସରକାରଙ୍କ ଐତିହାସିକ ନିଷ୍ପତି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବଜେଟ୍ ଉତ୍ସାହଜନକ, ଭବିଷ୍ୟତବାଦୀ, ଅଭିବୃଦ୍ଧି ଭିତ୍ତିକ ଏବଂ ଲୋକାଭିମୁଖୀ ବଜେଟ । ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ, ଦକ୍ଷତା ବିକାଶ ପାଇଁ ଡିଜିଟାଲ୍ ଇକୋସିଷ୍ଟମ, କିଶାନ ଡ୍ରନ ଭାରତୀୟ ଅର୍ଥନୀତିର ମୂଳଦୁଆ ନିର୍ମାଣ ଓ ବ୍ଲୁ ପ୍ରିଣ୍ଟ ସ୍ଥାପନ କରିବ।

ଆର୍ଥିକ ବର୍ଷ ୨୦୨୨-୨୩ କେନ୍ଦ୍ର ବଜେଟ୍‌ରେ ଶିକ୍ଷା, ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ଶିକ୍ଷା ବିଭାଗ ପାଇଁ ଇତିହାସରେ ପ୍ରଥମ ଥର ପାଇଁ ୧ ଲକ୍ଷ ହଜାର ୨୭୭ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଶିକ୍ଷା ବିଭାଗ ପାଇଁ ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ବଜେଟ୍ ନୂଆ ଭାରତର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଛି । ଏହି ବଜେଟ୍ ଉତ୍ସାହଜନକ, ଭବିଷ୍ୟତବାଦୀ, ଅଭିବୃଦ୍ଧି ଭିତ୍ତିକ ଏବଂ ଲୋକାଭିମୁଖୀ ବଜେଟ । ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ବଜେଟରେ ବିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ, ଅଙ୍ଗନବାଡ଼ିର ବିକାଶ, ପଛୁଆ ଆକାଂକ୍ଷୀ ଜିଲ୍ଲାକୁ ପ୍ରାଧାନ୍ୟ ସ୍ଵାଗତଯୋଗ୍ୟ ପଦକ୍ଷେପ । ଏହା ଦ୍ଵାରା ଓଡ଼ିଶା ଭଳି ରାଜ୍ୟ ଅଧିକ ଲାଭବାନ ହେବ। ଏହି ବଜେଟରେ ଡିଜିଟାଲ ବିଶ୍ଵବିଦ୍ୟାଳୟ, ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ, ସ୍କିଲିଂ ପାଇଁ ଡିଜିଟାଲ ଇକୋଶିଷ୍ଟମ, ଡିଜିଟାଲ ମୁଦ୍ରା ଭଳି ଅନେକ ପଦକ୍ଷେପ ଅମୃତ କାଳରେ ଭାରତୀୟ ଅର୍ଥନୀତିର ମୂଳଦୁଆ ନିର୍ମାଣ ଓ ବ୍ଲୁ ପ୍ରିଣ୍ଟ ସ୍ଥାପନ କରିବ । ଆତ୍ମନିର୍ଭର ଭାରତର ବଜେଟ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଟେକ୍ନୋଲୋଜି ଆଧାରିତ ବିକାଶକୁ ପ୍ରୋତ୍ସାହନ ଦେବା ସହ ଆୟ ଓ ପୁଞ୍ଜିନିବେଶରେ ବୃଦ୍ଧି ଘଟାଇବ, ରୋଜଗାରକୁ ଗଢିବ । 5ଜି ମୋବାଇଲ ସେବା, ଶତପ୍ରତିଶତ ପୋଷ୍ଟ ଅଫିସକୁ ଅତ୍ୟାଧୁନିକ କରିବା ଦ୍ୱାରା ଦେଶର ନାଗରିକଙ୍କ ଜୀବନଶୈଳୀ ଅଧିକ ସୁଗମ କରିବ ।

60 ହଜାର କୋଟି ବ୍ୟୟରେ ହର ଘର ନଲ ସେ ଜଲରେ ୩୦୮ କୋଟି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୮୮ ହଜାର କୋଟି ବ୍ୟୟରେ ୮୦ ଲକ୍ଷ ହିତାଧିକାରୀଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯିବ। ଯାହା ପ୍ରଧାନମନ୍ତ୍ରୀଜୀଙ୍କ ଗରିବଙ୍କୁ ସଶକ୍ତ କରିବା ଦିଗରେ ଥିବା ପ୍ରତିବନ୍ଧତାକୁ ଦର୍ଶାଉଛି । ଏହା ଦ୍ବାରା ଓଡିଶା ଲାଭ ପାଇବ। କିଷନ ଡ୍ରୋନ ବ୍ୟବହାର, ରାୟୟନ ବିହୀନ ତଥା ଜୈବିକ ବାଷ୍ପକୁ ପ୍ରୋତ୍ସାହନ, କ୍ଷୁଦ୍ରବାସୀଙ୍କୁ ପ୍ରାଧାନ୍ୟ, ଗହମ ଏବଂ ଧାନ ଚାଷୀଙ୍କୁ ଏମଏସପି ବାବଦରେ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବା ଭଳି ବଜେଟରେ ଥିବା ପଦକ୍ଷେପ ଚାଷ ଉତ୍ପାଦନକୁ ତ୍ୱରାନିତ କରିବ। ଏହାବ୍ୟତିତ ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବିନିଯୋଗକୁ ୩୫.୪ ପ୍ରତିଶତକୁ ବୃଦ୍ଧି କରି ୭.୫ ଲକ୍ଷ କୋଟି ଟଙ୍କା କରାଯାଇଛି । ଏହି ପଦକ୍ଷେପ ଦ୍ବାରା ମୋଦି ସରକାର ଅର୍ଥନୀତିର ଅଭିବୃଦ୍ଧି, ବାହିବା ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଦିଗରେ ବଜେଟରେ ଗୁରୁତ୍ଵ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.