ETV Bharat / city

ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହେବ ୮ ଲେନ୍‌ - ନୀତିନ ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କଲେ ଅନୁରୋଧ । ଅଧିକ ପଢନ୍ତୁ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Sep 28, 2022, 1:04 PM IST

Updated : Sep 28, 2022, 1:29 PM IST

ଭୁବନେଶ୍ବର: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ୫(କ)କୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ ଚିଠି ପ୍ରଦାନ କରିବା ସହ ସେ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ ଅଭିଯୋଗ ପତ୍ର ଆଧାରରେ ଏ ସମ୍ପର୍କରେ ଲେଖିଥିବା ଚିଠିକୁ ଧର୍ମେନ୍ଦ୍ର ପ୍ରଧାନ ଗଡକରୀଙ୍କୁ ପ୍ରଦାନ କରିଛନ୍ତି ।

ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହେବ ୮ ଲେନ୍‌

ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଳାଶୁଣି ଛକରେ ଗୋବରୀ ନାଳ ଉପରେ ଥିବା ଏହି ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ଜଳ ନିଷ୍କାସନର ସମସ୍ୟା ଉପୁଜୁଛି । ଏହା ଦ୍ୱାରା କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପ୍ରଭାବିତ ହେଉଛନ୍ତି । ଜନବସତି ଅଞ୍ଚଳ ଓ ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହେଉଛି । ପ୍ରତି ବର୍ଷ ଏହି ଅଞ୍ଚଳର ଲୋକମାନେ ବନ୍ୟା ଭଳି ପରିସ୍ଥିତି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ୮ ଲେନରେ ପରିଣତ ହେବାକୁ ଯାଉଛି ଏବଂ ଏହି ସଡ଼କ ପଥର ସମ୍ପ୍ରସାରଣ ହେବା ଦ୍ୱାରା ଯାତାୟତ ସୁଗମ ହେବା ସହ ଅର୍ଥନୈତିକ କୋରିଡରକୁ ମଧ୍ୟ ଗତି ଦେବ । ଉକ୍ତ ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 28, 2022, 1:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.