ETV Bharat / city

ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆବାସ ପ୍ଲସ ପୋର୍ଟାଲ ଖୋଲିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

author img

By

Published : Aug 6, 2022, 7:29 AM IST

ଶେଷରେ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲି ଓଡିଶା ସରକାରଙ୍କୁ ତାଲିକା ଏଣ୍ଟ୍ରି ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର
ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଶେଷରେ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲି ଓଡିଶା ସରକାରଙ୍କୁ ତାଲିକା ଏଣ୍ଟ୍ରି ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ସାକ୍ଷାତ କରି ଆବାସ ପ୍ଲସ ପୋର୍ଟାଲ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

  • Keeping in view the increase in scope and budget of #PMAY-G, met Shri @girirajsinghbjp ji to submit a request to allow the Odisha govt. an opportunity to migrate data of eligible beneficiaries from Rural Housing Portal to Permanent Wait List of PMAY-G by opening the AWAS+ window. pic.twitter.com/QBhMGIkz5J

    — Dharmendra Pradhan (@dpradhanbjp) August 5, 2022 " class="align-text-top noRightClick twitterSection" data=" ">

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ‘‘ଦେଶର ଗରିବ ଅବହେଳିତ ଲୋକଙ୍କ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ ଅନୁମୋଦନ କରିଛନ୍ତି । ଏହାସହ ସମୟସୀମା ବି ବୃଦ୍ଧି କରାଯାଇଛି । ତେଣୁ ଆବାସ ପ୍ଲସ ପୋର୍ଟାଲ ଖୋଲି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡିଶା ସରକାରଙ୍କୁ ସୁଯୋଗ ଦିଅନ୍ତୁ ।’’

Life of dignity and #HousingForAll is a vision of Hon. PM Shri @narendramodi ji.

Shri @girirajsinghbjp ji has assured me of every possible assistance towards ensuring that no poor and vulnerable in Odisha is left out from the dream of owning a pucca house. pic.twitter.com/K7fxOlRnmF

— Dharmendra Pradhan (@dpradhanbjp) August 5, 2022 " class="align-text-top noRightClick twitterSection" data=" ">

ଧର୍ମେନ୍ଦ୍ର କହିଛନ୍ତି, ‘‘ଆବାସ ପ୍ଲସ ପୋର୍ଟାଲ ଖୋଲି ଗ୍ରାମୀଣ ହାଉସିଂ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସ୍ଥାୟୀ ଓ୍ୱେଟିଂ ଲିଷ୍ଟକୁ ସ୍ଥାନାନ୍ତର କରାଯାଉ । ଏହାସହ ଆମ ରାଜ୍ୟ ସରକାରଙ୍କୁ ମଧ୍ୟ ସୁଯୋଗ ଦିଆଯାଉ । ଏହାସହ ଯେଭଳି ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ପକ୍କା ଘରୁ ବଞ୍ଚିତ ରହିବେ ନାହିଁ ତାହା ସୁନିଶ୍ଚିତ କରନ୍ତୁ ।’’

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ, ‘‘ଦେଶର ଗରିବ, ମହିଳା, ଦିବ୍ୟାଙ୍ଗ, ଏସସି, ଏସଟି, ଓବିସି, ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ପକ୍କା ଘର ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଦେଶରେ ୨.୯୫ କୋଟି ଗୃହ ନିର୍ମାଣ ଲକ୍ଷ୍ୟ ଥିଲା । ତେବେ ଆବଶ୍ୟକତା ଅନୁସାରେ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର ବଜେଟ ଅନୁଦାନ ସହ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି । ଯୋଜନାରେ ଓଡିଶାରେ ୨୭ ଲକ୍ଷ ହିତାଧିକାରୀ ସାମିଲ ଅଛନ୍ତି ।’’ ଏହାସହ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ କରିଥିବା ଦୁର୍ନୀତି କଥା ମଧ୍ୟ ଧର୍ମେନ୍ଦ୍ର ଉଲ୍ଲେଖ କରି ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ନୂଆଦିଲ୍ଲୀ: ଶେଷରେ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲି ଓଡିଶା ସରକାରଙ୍କୁ ତାଲିକା ଏଣ୍ଟ୍ରି ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ସାକ୍ଷାତ କରି ଆବାସ ପ୍ଲସ ପୋର୍ଟାଲ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

  • Keeping in view the increase in scope and budget of #PMAY-G, met Shri @girirajsinghbjp ji to submit a request to allow the Odisha govt. an opportunity to migrate data of eligible beneficiaries from Rural Housing Portal to Permanent Wait List of PMAY-G by opening the AWAS+ window. pic.twitter.com/QBhMGIkz5J

    — Dharmendra Pradhan (@dpradhanbjp) August 5, 2022 " class="align-text-top noRightClick twitterSection" data=" ">

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ‘‘ଦେଶର ଗରିବ ଅବହେଳିତ ଲୋକଙ୍କ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ ଅନୁମୋଦନ କରିଛନ୍ତି । ଏହାସହ ସମୟସୀମା ବି ବୃଦ୍ଧି କରାଯାଇଛି । ତେଣୁ ଆବାସ ପ୍ଲସ ପୋର୍ଟାଲ ଖୋଲି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡିଶା ସରକାରଙ୍କୁ ସୁଯୋଗ ଦିଅନ୍ତୁ ।’’

ଧର୍ମେନ୍ଦ୍ର କହିଛନ୍ତି, ‘‘ଆବାସ ପ୍ଲସ ପୋର୍ଟାଲ ଖୋଲି ଗ୍ରାମୀଣ ହାଉସିଂ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସ୍ଥାୟୀ ଓ୍ୱେଟିଂ ଲିଷ୍ଟକୁ ସ୍ଥାନାନ୍ତର କରାଯାଉ । ଏହାସହ ଆମ ରାଜ୍ୟ ସରକାରଙ୍କୁ ମଧ୍ୟ ସୁଯୋଗ ଦିଆଯାଉ । ଏହାସହ ଯେଭଳି ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ପକ୍କା ଘରୁ ବଞ୍ଚିତ ରହିବେ ନାହିଁ ତାହା ସୁନିଶ୍ଚିତ କରନ୍ତୁ ।’’

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ, ‘‘ଦେଶର ଗରିବ, ମହିଳା, ଦିବ୍ୟାଙ୍ଗ, ଏସସି, ଏସଟି, ଓବିସି, ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ପକ୍କା ଘର ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଦେଶରେ ୨.୯୫ କୋଟି ଗୃହ ନିର୍ମାଣ ଲକ୍ଷ୍ୟ ଥିଲା । ତେବେ ଆବଶ୍ୟକତା ଅନୁସାରେ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର ବଜେଟ ଅନୁଦାନ ସହ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି । ଯୋଜନାରେ ଓଡିଶାରେ ୨୭ ଲକ୍ଷ ହିତାଧିକାରୀ ସାମିଲ ଅଛନ୍ତି ।’’ ଏହାସହ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ କରିଥିବା ଦୁର୍ନୀତି କଥା ମଧ୍ୟ ଧର୍ମେନ୍ଦ୍ର ଉଲ୍ଲେଖ କରି ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.