ETV Bharat / city

Cyclone Jawad: ସାହାସର ସହ ମୁକାବିଲା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ - ଜୱାଦ ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତା

ବାତ୍ୟା ଜୱାଦକୁ ନେଇ ରାଜ୍ୟବାସୀଙ୍କୁ ଧର୍ଯ୍ୟ ଓ ସାହାସର ସହ ମୁକାବିଲା କରିବା ପାଇଁ ଆହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Union Minister Dharmendra Pradhan
Union Minister Dharmendra Pradhan
author img

By

Published : Dec 3, 2021, 9:13 PM IST

Updated : Dec 3, 2021, 9:30 PM IST

ଭୁବନେଶ୍ବର: ବାତ୍ୟା ଜୱାଦକୁ ନେଇ ରାଜ୍ୟବାସୀଙ୍କୁ ଧର୍ଯ୍ୟ ଓ ସାହାସର ସହ ମୁକାବିଲା କରିବା ପାଇଁ ଆହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି ବାତ୍ୟା ‘ଜଓ୍ବାଦ’ (Cyclone Jawad) ପାଇଁ ପ୍ରଶାସନ ଦ୍ବାରା ଜାରି ହୋଇଥିବା ସତର୍କ ସୂଚନାକୁ ପାଳନ କରିବା ସହ ଧୈର୍ଯ୍ୟ ଓ ସାହସର ସହ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାବାସୀଙ୍କୁ ଟ୍ଵିଟ ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ସମ୍ଭାବ୍ୟ ବାତ୍ୟା ‘ ଜଓ୍ବାଦ’ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ।

  • ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ନେତୃତ୍ୱରେ ଭାରତ ସରକାର ସମ୍ଭାବ୍ୟ ବାତ୍ୟା ଜଓ୍ୱାଦର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ସମୀକ୍ଷା ବୈଠକରେ ଓଡ଼ିଶା ସମେତ ପ୍ରଭାବିତ ଅଞ୍ଚଳର ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

    — Dharmendra Pradhan (@dpradhanbjp) December 3, 2021 " class="align-text-top noRightClick twitterSection" data=" ">

ଏହାସହ ଧର୍ମେନ୍ଦ୍ର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ସମୀକ୍ଷା ବୈଠକରେ ଓଡିଶା ସମେତ ପ୍ରଭାବିତ ହେବାକୁ ଥିବା ରାଜ୍ୟର ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ବାତ୍ୟାର ମୁକାବିଲା ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ସଂସ୍ଥା ଗୁଡିକ ମିଳିତ ଭାବେ କାମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ବାତ୍ୟା ସମୟରେ ବିଦ୍ୟୁତ ଯୋଗାଣ , ଟେଲି ଯୋଗାଯୋଗ , ବିଶୁଦ୍ଧ ପାନୀୟ ଜଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ଆଦି ବିଭିନ୍ନ ଜରୁରୀ ସେବାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାକୃତିକ ବିପତ୍ତି ସମୟରେ ଓଡିଶାର ଭାଇ ଭଉଣୀ ଓ ଗୁରୁଜନମାନଙ୍କୁ ଅନୁରୋଧ , ସମସ୍ତେ ପ୍ରଶାସନ ଦ୍ଵାରା ଜାରି କରାଯାଇଥିବା ସତର୍କ ସୂଚନାକୁ ପାଳନ କରିବା ଏବଂ ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଜଓ୍ବାଦର ପ୍ରଭାବରେ କାହାର କୌଣସି କ୍ଷତି ନହେଉ , ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 3, 2021, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.