ETV Bharat / city

ଶାହାଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର - dharmendra pradhan apologies to Home minister Amit Saha

ଜନତା ମୈଦାନରେ ଆୟୋଜିତ ସିଏଏ ସମର୍ଥନ ରାଲିରେ ଯୋଗ ଦେଇ ମଞ୍ଚ ଉପରୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କ୍ଷମା ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଶାହଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର
ଶାହଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର
author img

By

Published : Feb 28, 2020, 8:58 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନତା ମୈଦାନରେ ଆୟୋଜିତ ସିଏଏ ସମର୍ଥନ ରାଲିରେ ଯୋଗ ଦେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କ୍ଷମା ମାଗିଛନ୍ତି । ଓଡ଼ିଶାର ବିକାଶରେ ମୋଦି ସରକାରଙ୍କ ସହଭାଗିତା ବିଷୟରେ ବର୍ଣ୍ଣନା କରିବା ବେଳେ ଧର୍ମେନ୍ଦ୍ର ମଞ୍ଚ ଉପରୁ ଶାହାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ଶାହାଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ନିର୍ବାଚନ ପ୍ରଚାର ବେଳେ ଜନତା ମୈଦାନରେ ଦଳକୁ ମଜଭୁତ କରିବାକୁ ଦାୟିତ୍ବ ଦେଇଥିଲେ ଅମିତ ଶାହା । ହେଲେ ଆମେ ଦଳକୁ ମଜଭୁତ କରିବାରେ ସଫଳ ହୋଇ ପାରିଲୁ ନାହିଁ । ଶୀର୍ଷ ନେତୃବୃନ୍ଦ ବାରମ୍ବାର ଆସି ବୁଥ ମଜୁଭୁତ କରିବାକୁ ପ୍ରୟାସ କରିବା ସହ ଦଳ ମଜଭୁତ ହେବ ବୋଲି ଗୁରୁମନ୍ତ୍ର ଦେଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଦଳ ରାଜ୍ୟରେ ଆଶାଜନକ ପ୍ରଦର୍ଶନ କରିପାରିଲା ନାହିଁ ।

ତେବେ ୨୦୧୯ରେ ନହେଲେ ନାହିଁ, ୨୦୨୪ରେ ପୁଣି ଥରେ ପ୍ରତିଯୋଗିତା ହେବ ବୋଲି କହିଥିଲେ ଧର୍ମେନ୍ଦ୍ର । ସେ କହିଛନ୍ତି ଆଗକୁ ପ୍ରଚେଷ୍ଟା ଜାରି ରହିବ । ଏହାସହ ସେ କହିଛନ୍ତି ଯେ ମନ ବଡ କରିବା ଦରକାର । ଅନ୍ୟପକ୍ଷେ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରିବା ପାଇଁ ମଧ୍ୟ ଧର୍ମେନ୍ଦ୍ର ପ୍ରତିଶୃତି ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସଙ୍କ ସହ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.