ETV Bharat / city

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ - ଓଡିଶା ଗସ୍ତରେ ବିଶେଶ୍ଵର ଟୁଡ଼ୁ

ଆଜି ଠାରୁ 6 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡ଼ୁ । ଅସୁସ୍ଥତା କାରଣରୁ ଜନ ଆର୍ଶୀବାଦ ଯାତ୍ରାରେ ସାମିଲ ହୋଇ ପାରିନଥିଲେ ବିଶେଶ୍ବର । ସ୍ବାଗତ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର । ଅଧିକ ପଢନ୍ତୁ...

ଆସନ୍ତା କାଲିଠୁ 6 ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ

author img

By

Published : Sep 5, 2021, 10:26 PM IST

Updated : Sep 6, 2021, 6:27 AM IST

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । 6 ଦିନିଆ ଓଡିଶା ଗସ୍ତରେ ଆସୁଥିବା ବିଶେଶ୍ବର ସୋମବାର ଭୁବନେଶ୍ବରରେ ପହଁଞ୍ଚିବେ । ଓଡିଶା ଗସ୍ତ ସମୟରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ । ଏହାସହିତ କେନ୍ଦ୍ରସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ମନ୍ତ୍ରୀ ଅବଗତ କରାଇବାର କାର୍ଯ୍ୟକ୍ରମ ରହିଛି ।

ସମ୍ପ୍ରସାରିତ କେନ୍ଦ୍ର କ୍ୟାବିନେଟରେ ନୂଆକରି ଦାୟିତ୍ବ ସମ୍ଭାଳିଥିବା ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥତା କାରଣରୁ ଜନ ଆର୍ଶୀବାଦ ଯାତ୍ରାରେ ଓଡିଶା ଆସିପାରିନଥିଲେ । ତେବେ ସୁସ୍ଥ ହେବା ପରେ ଆଜି (ସୋମବାର) ସେ 6 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର ପହଞ୍ଚିବା ପରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ସିଧାସଳଖ ପୁରୀ ଗସ୍ତ କରିବେ । ସେଠାରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ ଟୁଡୁ ।

ସେହିପରି ଟୁଡୁ ୭ ତାରିଖ ଭୁବନେଶ୍ବରରୁ ବାହାରି ବାଲେଶ୍ଵର ଦେଇ ବାରିପଦା ଗସ୍ତ କରି ସେଠାରେ ରାତ୍ରୀଯାପନ କରିବେ । ଆସନ୍ତା ୮ , ୯ , ୧୦ ଓ ୧୧ ତରିଖରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଏକାଧିକ ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ ।

ମନ୍ତ୍ରୀଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସୁଥିବା ବିଶେଶ୍ବର ଟୁଡୁଙ୍କ ସ୍ବାଗତ ପାଇଁ ବିମାନବନ୍ଦରରୁ ଆରମ୍ଭ କରି ଭୁବନେଶ୍ବର, ପୁରୀ , କଟକ, ଭଦ୍ରକ, ବାଲେଶ୍ବର, ବାରିପଦା, ରାଇରଙ୍ଗପୁର ସାଂଗଠନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Sep 6, 2021, 6:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.