ETV Bharat / city

ଅନଲାଇନରେ ୪୫ ହଜାର ଶିକ୍ଷାନୁଷ୍ଠାନ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଆଲୋଚନା

author img

By

Published : May 29, 2020, 6:53 AM IST

ମହାମାରୀ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି ଛାତ୍ରଛାତ୍ରୀଙ୍କ ପାଠ ପଢା । କିଭଳି ଡିଜିଟାଲ ମାଧ୍ୟମରେ ଏହା ସମାଧାନ କରାଯାଇ ପାରିବ ଏନେଇ ଗତ ଗୁରୁବାର ଅନଲାଇନରେ ୪୫ ହଜାର ଶିକ୍ଷାନୁଷ୍ଠାନ ସହ ଆଲୋଚନା କରୁଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ।

ଅନଲାଇନରେ ୪୫ ହଜାର ଶିକ୍ଷାନୁଷ୍ଠାନ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଆଲୋଚନା
ଅନଲାଇନରେ ୪୫ ହଜାର ଶିକ୍ଷାନୁଷ୍ଠାନ ସହ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର: କୋରୋନା ମହାମାରୀ ଏବଂ ଲକ୍‌ଡାଉନ୍ ଯୋଗୁଁ ଶିକ୍ଷା ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଅନିଶ୍ଚିତତା ଆଡକୁ ଯିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦେଶର ଉଚ୍ଚ ଶିକ୍ଷା ବିଭାଗର ପ୍ରାୟ ୪୫ ହଜାରରୁ ଊର୍ଦ୍ଧ୍ୱ ଉଚ୍ଚ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଓ ଶିକ୍ଷକଙ୍କ ସହ ଗତ ଗୁବୁବାର ଆଲୋଚନା କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ।

ନ୍ୟାସ୍‌ନାଲ୍ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିସନ୍ କାଉନ୍‌ସିଲ୍ (ନାକ୍‌), ବେଙ୍ଗାଲୁରୁ ପକ୍ଷରୁ ଏହି ଅନ୍‌ଲାଇନ୍ ଆଲୋଚନାର ଆୟୋଜନ କରାଯାଇଛି । ଏହି ଆଲୋଚନାକୁ ମନ୍ତ୍ରୀଙ୍କର ଫେସ୍‌ବୁକ୍ ଏବଂ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସିଧା ପ୍ରସାରଣ ମଧ୍ୟ କରାଯିବ । ଏହି ୱେବିନାର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଡିଜିଟାଲ୍ ପ୍ଲାଟ୍‌ଫର୍ମ ବ୍ୟବହାର କରିବାକୁ ଉତ୍ସାହିତ କରିବା ।

ଡିଜିଟାଲ୍ ପ୍ଲାଟ୍‌ଫର୍ମ ଦ୍ୱାରା ପାଠପଢ଼ା ଓ ପରୀକ୍ଷା ସବୁକିଛି ଯେପରି ସମ୍ବବ ହୋଇପାରିବ ତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନାକ୍‌ର ଉପଦେଷ୍ଟା ଡଃ ଅମୀୟ କୁମାର ରଥ । ଯଦିଓ ଏହି ମହାମାରୀ ଯୋଗୁଁ ଉଚ୍ଚ ଶିକ୍ଷା ସମସ୍ୟାର ସମ୍ମୁଖୀନ ହୋଇଛି, ତଥାପି ଏହି ଆହ୍ୱାନକୁ କିପରି ସୁଯୋଗରେ ପରିଣତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

ୱେବିନାର୍ ମାଧ୍ୟମରେ କୋରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କିଭଳି ଅସୁବିଧା ସୃଷ୍ଟି ହେଉଛି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ଦ୍ୱାରା କିଭିଳ ଏହି ସମସ୍ୟାର ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା କରାଯିବ । ଏହି ୱେବିନାରରେ ସମସ୍ତ ଅନୁଷ୍ଠାନର କୁଳପତି, ପ୍ରଫେସର ଏବଂ ଫ୍ୟାକଲ୍ଟିମାନଙ୍କୁ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି ନାକ୍‌ର ନିର୍ଦ୍ଦେଶକ ପ୍ରଫେସର ଏସ୍‌.ସି. ଶର୍ମା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.