ETV Bharat / city

MSP ବୃଦ୍ଧି ପ୍ରସଙ୍ଗ, ସ୍ବାଗତ ସହ ଅଶଙ୍କା ପ୍ରକାଶ କଲା ବିଜେଡି

author img

By

Published : Jun 10, 2021, 8:51 PM IST

କେନ୍ଦ୍ରର ସର୍ବନିମ୍ନ ସହାୟକ ମୂଲ୍ୟ(MSP) 72 ଟଙ୍କା ବୃଦ୍ଧି ପ୍ରସଙ୍ଗରେ ମତ ରଖିଲା ବିଜେଡି । ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଆଶଙ୍କା ପ୍ରକାଶ କଲା ଦଳ । ଅଧିକ ପଢନ୍ତୁ...

କେନ୍ଦ୍ରର MSP ବୃଦ୍ଧି ପ୍ରସଙ୍ଗ, ସ୍ବାଗତ ସହ ଶଙ୍କା ପ୍ରକାଶ କଲା ବିଜେଡି

ଭୁବନେଶ୍ବର: ଧାନ ସମେତ ବିଭିନ୍ନ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) 72 ଟଙ୍କା ବୃଦ୍ଧି କରବା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ବଢ଼ୁଥିବା ଦରଦାମ ନେଇ ଶଙ୍କା ପ୍ରକାଶ କରିଛି ବିଜେଡି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ପ୍ରତାପ କହିଛନ୍ତି ଯେ, MSP 2930 ଟଙ୍କା ଦାବି ଲାଗି ଓଡ଼ିଶା ବିଧାନସଭାରର ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ଉତ୍ପାଦନର 50 ପ୍ରତିଶତ ଦେଖିଲେ MSP 2930 ଟଙ୍କା କରିବା କଥା । ଯାହା ସ୍ୱାମୀନାଥନ କମିଟି ରିପୋର୍ଟରେ ମଧ୍ୟ ଅଛି । ହେଲେ କେନ୍ଦ୍ର ତାକୁ ନିଜ ହିସାବରେ ପ୍ରତିବର୍ଷ କିଛି କିଛି MSP ବଢ଼ାଉଛି । ଚଳିତ ଆର୍ଥିକ ବର୍ଷରେ 72 ଟଙ୍କା ବଢ଼ାଇଛି କେନ୍ଦ୍ର । ତାକୁ ବିଜୁ ଜନତା ଦଳ ସ୍ୱାଗତ କରୁଛି, କାରଣ ଚାଷୀର ଉତ୍ପାଦନ ବଢିଲେ ଚାଷୀ ଖୁସି ହେବ । କୋରୋନା ସମୟରେ MSP ବଢ଼ାଇବାର ଆବଶ୍ୟକତା ଥିଲା । ତେଣୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛି ଦଳ ବୋଲି ପ୍ରତାପ କହିଛନ୍ତି ।

ସେହିପରି ପ୍ରତାପ କହିଛନ୍ତି, ଖାଇବା ତେଲ, ଡିଜେଲ, ପେଟ୍ରୋଲ ଦର ଆକାଶ ଛୁଆଁ ହେଲାଣି । ତାକୁ କେନ୍ଦ୍ର ସରକାର ହିସାବ କରୁଛନ୍ତି ନା ନାହିଁ, ତାହା ପ୍ରଶ୍ନ । ଡିଜେଲ ଦର ବଢିଲେ ସିଧା ଚାଷୀକୂଳକୁ ଓ ଉତ୍ପାଦନକୁ ପ୍ରଭାବିତ କରିବ । ଗୋଟିଏ ପଟେ 72 ଟଙ୍କା MSP ବୃଦ୍ଧି, ଅନ୍ୟପଟେ ଦରଦାମ ବଢୁଛି । ବାସ୍ତବ ହିସାବ କଣ, ତାହା କେନ୍ଦ୍ର ସରକାର ଅନୁଧ୍ୟାନକୁ ନେବା କଥା । ଅନିଶ୍ଚିତ ଓ ଦୁଃଖ ଏଥିପାଇଁ ଯେ ଦର ଦାମ ବୃଦ୍ଧି ସମୟରେ 72 ଟଙ୍କା କେତେ କାମରେ ଲାଗିବ । ତେଲ ଖର୍ଚ୍ଚ ଉତ୍ପାଦନରେ ମିଶିବ । ତେଣୁ ଏହା 2930ରୁ ଅଧିକ ବି ହେବା କଥା । ପ୍ରଶ୍ନ ଉଠୁଛି, ଏହି 72 ଟଙ୍କା କାମରେ ଆସିବ ତ ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.