ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି; UG ଛାତ୍ରଛାତ୍ରୀଙ୍କୁ ଶୀଘ୍ର ଦିଆଯାଉ ଶେଷ ସେମିଷ୍ଟାର ମାର୍କସିଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ ଶୀଘ୍ର ଦେବାକୁ କଲେ ଅନୁରୋଧ। ଅଧିକ ପଢନ୍ତୁ...

Dharmendra Pradhan
Dharmendra Pradhan
author img

By

Published : Aug 30, 2021, 12:57 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ ଶୀଘ୍ର ଦେବାକୁ କଲେ ଅନୁରୋଧ। ଛାତ୍ରଛାତ୍ରୀଙ୍କ କ୍ୟାରିୟର ଓ କଲ୍ୟାଣ ପାଇଁ ଏହି ପଦକ୍ଷେପ ନେବାକୁ ଚିଠି ଜରିଆରେ ଅନୁରୋଧ କଲେ ଧର୍ମେନ୍ଦ୍ର । ପରୀକ୍ଷାର୍ଥୀଙ୍କୁ ଫାଇନାଲ ମାର୍କସିଟ କିମ୍ବା ପ୍ରୋଭିଜିନାଲ ମାର୍କସିଟ ପ୍ରଦାନ କରିବାକୁ ଦାବି କରିଛନ୍ତି । ପ୍ରୋଭିଜିନାଲ ମାର୍କସିଟ ନ ମିଳିବା କାରଣରୁ ଛାତ୍ରଛାତ୍ରୀମାନେ ଅନେକ ବିଶ୍ବବିଦ୍ୟାଳୟରେ ନାଁ ଲେଖାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି ଧର୍ମେନ୍ଦ୍ର ।

Union Education minister Dharmendra Pradhan
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି, ଅଗଷ୍ଟ ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ୟୁଜି ଷଷ୍ଠ ସେମିଷ୍ଟର ପରୀକ୍ଷା ଦେଇଥିଲେ । ଏହାର ଫଳାଫଳ ପ୍ରକାଶ ପାଇନଥିବାରୁ ଛାତ୍ରଛାତ୍ରୀମାନେ କଲେଜ ଏବଂ ଓଡିଶା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସତ୍ତ୍ବେ ଏପର୍ଯ୍ୟନ୍ତ ସେମାନଙ୍କୁ ପ୍ରୋଭିଜିନାଲ ମାର୍କସିଟ ଦିଆଯାଇନାହିଁ । ଅନେକ ବିଶ୍ବବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପରୀକ୍ଷାର୍ଥୀମାନେ ଆଶା ଆଶଙ୍କାରେ ରହିଛନ୍ତି । ପ୍ରୋଭିଜିନାଲ ମାର୍କସିଟ ମଧ୍ୟ ନ ମିଳିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା ରହିଛି । ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଅନେକ ଛାତ୍ରଛାତ୍ରୀ ମିଜୋରାମ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଓ ଅନେକ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହାସହ କିଛି ବିଶ୍ଵବିଦ୍ୟାଳୟରେ ନାମଲେଖା ତାରିଖ ଘୋଷଣା ହୋଇସାରିଛି । ଛାତ୍ରଛାତ୍ରୀ ମାନେ ଏନେଇ ଦ୍ବନ୍ଦରେ ଅଛନ୍ତି । ଏହାସହ ରାଜ୍ୟ ବାହାରେ ଅଫଲାଇନ ମାଧ୍ୟମରେ ହେଉଥିବା ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଞ୍ଚିତ ହେଉଥିବା ଧର୍ମେନ୍ଦ୍ର ଲେଖିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳର ଫାଇନାଲ ମାର୍କସିଟ କିମ୍ବା ପ୍ରୋଭିଜିନାଲ ମାର୍କସିଟ ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.