ETV Bharat / city

ୟୁନିଅନ ବ୍ୟାଙ୍କ ଠକେଇ, 53ଜଣଙ୍କ ନାଁରେ ମାମଲା - union bank of india

ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଠକେଇ ମାମଲାରେ ସିବିଆଇର ମାମଲା ରୁଜୁ । ୬ ଜଣ ବିଲଡର ଓ 3 ଜଣ ବ୍ୟାଙ୍କ ବରିଷ୍ଠ କର୍ମଚାରୀଙ୍କ ସହ ୪୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 3, 2019, 6:41 PM IST

ଭୁବନେଶ୍ବର: ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଠକେଇ ମାମଲାରେ ସିବିଆଇର ମାମଲା ରୁଜୁ । ଋଣ ଜାଲିଆତି କରିଥିବା ସଂସ୍ଥା ଗୁଡିକ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ମାମଲା ରୁଜୁ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱରରେ ଥିବା ୟୁନିୟନ ବ୍ୟାଙ୍କ ଶାଖାରେ ଗୃହ ଋଣ ଆବଣ୍ଟନରେ ହୋଇଥିବା ଜାଲିଆତିକୁ ନେଇ ସିବିଆଇ ତଦନ୍ତ କରୁଛି । ଏହି ମାମଲାରେ ୬ ଜଣ ବିଲଡର ଓ 3 ଜଣ ବ୍ୟାଙ୍କ ବରିଷ୍ଠ କର୍ମଚାରୀଙ୍କ ସହ ୪୪ ଜଣ ଲୋକମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଗୃହ ଋଣ ନାମରେ ବ୍ୟାଙ୍କ ଠାରୁ ୨୫ କୋଟି ଟଙ୍କା ଠକେଇ ଅଭିଯୋଗ ହେବା ପରେ ବ୍ୟାଙ୍କ ପକ୍ଷରୁ ସିବିଆଇକୁ ତଦନ୍ତ କରିବାକୁ ଦିଆଯାଇଛି । ତେବେ ଏଥିରେ ସମ୍ପୃକ୍ତ ଥିବା 3 ଜଣ ବ୍ୟାଙ୍କ କର୍ମଚାରୀ ହେଉଛନ୍ତି ଭୁବନେଶ୍ୱର ମହାପାତ୍ର, ଅଶ୍ୱନି ପାତ୍ର ଓ ରାଜେଶ ପାତଙ୍ଗ ।

ଠକେଇରେ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ବ୍ୟାଙ୍କ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଲମ୍ବନ କରିଛି ।

ସୂଚନାଥାଉକି, ଏକ ବିଲଡର ସଂସ୍ଥା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘର ଦେବା ବାହାନାରେ ଲୋକମାନଙ୍କ ଠାରୁ ନକଲି କାଗଜ ପତ୍ର ଆଣି ବ୍ୟାଙ୍କରୁ ଋଣ କରିଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଠକେଇ ମାମଲାରେ ସିବିଆଇ ପକ୍ୟାରୁ ବଡ ଧରଣର ଅଭିଯାନ ଆରମ୍ଭ କରିଛି। ଋଣ ଜାଲିଆତି କରିଥିବା ସଂସ୍ଥା ଗୁଡିକ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ମାମଲା ରୁଜୁ କରିବା ସହ ବିଭିନ୍ନ ସ୍ଥାନରେ ଛଡାଉ କରିଛି ସିବିଆଇ।ଭୁବନେଶ୍ୱର ରେ ଥିବା ୟୁନିୟନବ୍ୟାଙ୍କ ଶାଖା ରେ ଗୃହ ଋଣ ଆବଣ୍ଟନ ରେ ହୋଇଥିବା ଜାଲିଆତି କୁ ନେଇ ସିବିଆଇ ତଦନ୍ତ କରୁଛି। ଏହି ଠକେଇରେ ବ୍ୟାଙ୍କର କିଛି ବରିଷ୍ଠ ଅଧିକାରୀ ଅଛନ୍ତି । ଭୁବନେଶ୍ୱର ଶାଖାରୁ ଗୃହ ଋଣ ଠକେଇ ଯୋଗୁଇଁ ବ୍ୟାଙ୍କ କୁ ୨୫ କୋଟି ଟଙ୍କା ର କ୍ଷତି ହୋଇଥିବା ସୂଚନା ମିଳିଛି।

Body:

ବ୍ୟାଙ୍କ ଠକେଇ କୁ ନେଇ ସିବିଆଇ ଆରମ୍ଭ କରିଛି ତନାଘନା। ୟୁନିୟନ ବ୍ୟାଙ୍କ ଠକେଇ ମାମଲାରେ ୬ ଜଣ ବିଲଡର 3 ଜଣ ବ୍ୟାଙ୍କ ବରିଷ୍ଠ କର୍ମଚାରୀ ଓ ୪୪ ଜଣ ଲୋକମାନଙ୍କ ବିରୋଧର ମାମଲା ରୁଜୁ କରାଯାଇଛି। ଗୃହ ଋଣ ନାମ ରେ ବ୍ୟାଙ୍କ ଠାରୁ ୨୫ କୋଟି ଟଙ୍କା ଠକେଇ ଅଭିଯୋଗ ହେବା ପରେ ବ୍ୟାଙ୍କ ପଖାୟାରୁ ସିସବିଆଇ କୁ ତଦନ୍ତ କରିବାକୁ ନିର୍ଦେଶ କରାଯାଇଛି। ଏହି ଠକେଇ ରେ 3ଜଣ ବ୍ୟାଙ୍କ କର୍ମଚାରୀ ଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ସେମାନେ ହେଲେ ଭୁବନେଶ୍ୱର ମହାପାତ୍ର, ଅଶ୍ୱନି ପତ୍ର, ରାଜେଶ ପାତଙ୍ଗ।
ଏହି ତିନିଜଣ ଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଥିଲା। ବ୍ୟାଙ୍କ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଲମ୍ବନ କରାଯାଇଛି।
ଜି ଡି ଏସ ବିଲଡର ପ୍ରାଇଭେଟ ଲିମିଟେଡ଼ ସଂସ୍ଥା ପକ୍ଷରୁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଭୁବନେଶ୍ୱର ଶାଖା ରୁ ଋଣ କରିଥିଲା। ଏହି ସଂସ୍ଥା ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ଘର ଦେବା ବାହାନାରେ ଲୋକମାନଙ୍କ ଠାରୁ ନକଲି କାଗଜ ପତ୍ର ଆଣି ବ୍ୟାଙ୍କ ରୁ ଋଣ କରିଥିଲା।

Conclusion:

ବ୍ୟାଙ୍କ ରୁ ନେଉଥିବା ନକଲି କାଗଜ ପତ୍ର ଦେଇ ଋଣ ନେଉଥିବା ବିଲଡର ମାନଙ୍କ ଉପରେ ନଜର ରଖିଛି ସିବିଆଇ। ଏହିବଘଟଣା ରେ ସିବିଆଇ ର ପଚାରା ଉଚର ଜାରି ରହିଛି। ରାଜ୍ୟରେ ଏପରି ଅନ୍ୟ ବ୍ୟାଙ୍କ ରେ ଠକେଇ ମାମଲାରେ ମଧ୍ୟ ତଦନ୍ତ କରାଯିବ।

byte- Pradesh Chandra pati . dy rigonal head, union bank of india

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.