ଭୁବନେଶ୍ବର: ୟୁନିୟନ ବ୍ୟାଙ୍କ ଏମଡି ତଥା ସିଇଓ (Union Bank CEO) ଏ. ମଣିମେଖାଲାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଆଜି ସନ୍ଧ୍ୟାରେ ନବୀନ ନିବାସରେ ଉଭୟଙ୍କର ସାକ୍ଷାତ ଓ ଆଲୋଚନା ହୋଇଛି । ଗରିବ ଓ ଅତି ଗରିବଙ୍କ ଆର୍ଥିକ ସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।
-
MD & CEO of Union Bank (@UnionBankTweets) Ms A. Manimekhalai called on CM @Naveen_Odisha and discussed on a wide range of topics including financial inclusion of the poor and disadvantaged. CM asked Ms Manimekhalai to enhance Bank’s financial support to the farmers and SHGs. pic.twitter.com/aHOqaLHtcA
— CMO Odisha (@CMO_Odisha) August 4, 2022 " class="align-text-top noRightClick twitterSection" data="
">MD & CEO of Union Bank (@UnionBankTweets) Ms A. Manimekhalai called on CM @Naveen_Odisha and discussed on a wide range of topics including financial inclusion of the poor and disadvantaged. CM asked Ms Manimekhalai to enhance Bank’s financial support to the farmers and SHGs. pic.twitter.com/aHOqaLHtcA
— CMO Odisha (@CMO_Odisha) August 4, 2022MD & CEO of Union Bank (@UnionBankTweets) Ms A. Manimekhalai called on CM @Naveen_Odisha and discussed on a wide range of topics including financial inclusion of the poor and disadvantaged. CM asked Ms Manimekhalai to enhance Bank’s financial support to the farmers and SHGs. pic.twitter.com/aHOqaLHtcA
— CMO Odisha (@CMO_Odisha) August 4, 2022
ଚାଷୀ ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଗ୍ରହଣ କରିବା ସହ ଚାଷୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ବ୍ୟାଙ୍କର ଆଉଟରିଚ କାର୍ଯ୍ୟକ୍ରମ ବଢାଇବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।
ଏହି ଭେଟଘାଟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନ ଏବଂ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏ. ମଣିମେଖାଲାଇଙ୍କୁ ମୁଖ୍ୟମନ୍ତ୍ରୀ ଟି ସାର୍ଟ ଉପହାର ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର