ETV Bharat / city

Heatwave Rising: ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା, ତତଲା ଝାରସୁଗୁଡା - ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି(ରବିବାର) ଭଳି ଆଜି ମଧ୍ୟ ରାଜ୍ୟର ୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଅଧିକ ପଢ଼ନ୍ତୁ

ଆଜି ବି ୪ ସହରରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

author img

By

Published : Mar 21, 2022, 7:43 PM IST

Updated : Mar 21, 2022, 8:07 PM IST

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି (ରବିବାର) ଭଳି ଆଜି ମଧ୍ୟ ରାଜ୍ୟର ୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଫଳରେ ମାର୍ଚ୍ଚ ଅଧାରୁ ହିଁ ଗରମ ଲୋକଙ୍କୁ କଲବଲ କରିବା ଆରମ୍ଭ କରିଛି ।

ସୋମବାର ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରହିଥିଲା । ଏହାପରେ ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ସେଲସିୟସ ରହିଥିଲା । ସୋମବାର ଏହି ୪ ସହର ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ରହିଥିଲା । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରବିବାର ମଧ୍ୟ ରାଜ୍ୟର ୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ କିମ୍ବା ଏହି ତାପମାତ୍ରା ପାଖାପାଖି ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ତା ପଛକୁ ବଲାଙ୍ଗୀରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଅନୁଗୋଳରେ ୪୦.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ବାରିପଦା ଓ ବୌଦ୍ଧରେ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା ।

ମାର୍ଚ୍ଚ ଅଧାରୁ ଏଭଳି ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଥିବାରୁ ଆଗାମୀ ଦିନରେ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ପୂର୍ବାନୁମାନ କରାଯାଉଛି । ଏପ୍ରିଲ ଓ ମେ ମାସ ବେଳକୁ ପାରଦ ଆହୁରି ଉପରକୁ ଚଢ଼ିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2022, 8:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.