ETV Bharat / city

UNESCO REPORT: ଓଡ଼ିଶାର 3,197 ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ - ଶିକ୍ଷା ବ୍ୟବସ୍ଥା

ଶିକ୍ଷା ବ୍ୟବସ୍ଥାର ଚିତ୍ର କେମିତି ରହିଛି ଏହାର ଏକ ଝଲକ ଏକ ରିପୋର୍ଟରୁ ଦେଖିବାକୁ ମିଳିଛି। ଦେଶର ପାଖାପାଖି ୧.୧ ଲକ୍ଷ ସ୍କୁଲରେ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ଅନ୍ୟପଟେ ଓଡ଼ିଶାରେ 3 ହଜାରରେ ମାତ୍ର ଜଣେ ଶିକ୍ଷକ ରହିଛନ୍ତି, ଯାହା ୟୁନେସ୍କୋ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

Unesco report on education system on odisha
ୟୁନେସ୍କୋ ରିପୋର୍ଟ; ଓଡ଼ିଶାରେ 3,197 ବିଦ୍ୟାଳୟଗୁଡ଼ିକରେ କେବଳ ଜଣେ ଶିକ୍ଷକ
author img

By

Published : Oct 12, 2021, 6:49 PM IST

Updated : Oct 12, 2021, 7:16 PM IST

ଭୁବନେଶ୍ବର : ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ପ୍ରଦାନ କରିଛି ୟୁନେସ୍କୋ । ଦେଶରେ ଶିକ୍ଷା ବ୍ୟବସ୍ଥାର ଚିତ୍ର କେମିତି ରହିଛି ଏହାର ଏକ ଝଲକ ଏକ ରିପୋର୍ଟରୁ ଦେଖିବାକୁ ମିଳିଛି । ଦେଶର ପାଖାପାଖି ୧.୧ ଲକ୍ଷ ସ୍କୁଲରେ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ଅନ୍ୟପଟେ ଓଡ଼ିଶାରେ 3 ହଜାରରେ ମାତ୍ର ଜଣେ ଶିକ୍ଷକ ରହିଛନ୍ତି, ଯାହା ୟୁନେସ୍କୋ ରିପୋର୍ଟରେ ପ୍ରକାଶ ପାଇଛି ।

Unesco report on education system on odisha
ୟୁନେସ୍କୋ ରିପୋର୍ଟ; ଓଡ଼ିଶାରେ 3,197 ବିଦ୍ୟାଳୟଗୁଡ଼ିକରେ କେବଳ ଜଣେ ଶିକ୍ଷକ

ୟୁନେସ୍କୋ 2020-21 ରିପୋର୍ଟ ଅନୁଯାୟୀ ଓଡ଼ିଶାରେ 3,197 ବିଦ୍ୟାଳୟ ଗୁଡ଼ିକରେ କେବଳ ଜଣେ ମାତ୍ର ଶିକ୍ଷକ । ଗ୍ରାମାଞ୍ଚଳରେ ମହିଳା ଶିକ୍ଷକଙ୍କ ଅନୁପାତ ସହରାଞ୍ଚଳର ଶିକ୍ଷକ ତୁଳନାରେ ବହୁତ କମ୍ ଅଟେ। ରାଜ୍ୟରେ ମୋଟ ଶିକ୍ଷକ ରହିଛନ୍ତି 3 ଲକ୍ଷ 40 ହଜାର 477 ଜଣ । ଗ୍ରାମାଞ୍ଚଳରେ 84 ପ୍ରତିଶତ ଶିକ୍ଷକ ରହିଛନ୍ତି। ଓଡ଼ିଶାରେ 11 ପ୍ରତିଶତ ଖାଲି ପଦ ଗ୍ରାମାଞ୍ଚଳ ସ୍କୁଲ ଗୁଡିକରେ ରହିଛି । ପ୍ରାଥମିକ ସ୍ତରରେ ଓଡିଶାର ମୋଟ ଶିକ୍ଷକଙ୍କ 2.86 ପ୍ରତିଶତ ଯୋଗ୍ୟ ରହିଥିବାବେଳେ ପ୍ରାଇମେରୀରେ 3.46ରେ ବୃଦ୍ଧି ହୋଇଛି । ରାଜ୍ୟରେ ଭିତ୍ତିଭୂମି ପାଇଁ, ବିଦ୍ୟାଳୟ ଗୁଡିକରେ ସଡ଼କ, ୱାସରୁମ, ପାନୀୟ ଜଳ ଏବଂ ଶ୍ରେଣୀଗୃହ ପରି ଛାତ୍ରମାନଙ୍କ ପାଇଁ ୱାଶରୁମ୍ ପାଇଁ ସୁବିଧା, ଯଦିଓ ଓଡ଼ିଶା ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ଭଲ ଅଛି ।

ୟୁନେସ୍କୋ ରିପୋର୍ଟ ଅନୁଯାୟୀ, ଭାରତ ଶିକ୍ଷକ ନାହିଁ, ଶ୍ରେଣୀ ଗୃହ ନାହିଁ’। ଦେଶରେ ସ୍କୁଲଗୁଡିକରେ 11.16 ଲକ୍ଷ ଅର୍ଥାତ 19 ପ୍ରତିଶତ ଶିକ୍ଷକ ପଦ ଖାଲି ପଡିଛି। ଏଥିରୁ 69 ପ୍ରତିଶତ ଖାଲି ପଦ ଗ୍ରାମାଞ୍ଚଳ ସ୍କୁଲଗୁଡିକରେ ରହିଛି। ଦେଶର ତିନୋଟି ରାଜ୍ୟରେ ଏକ ଲକ୍ଷରୁ ଅଧିକ ଖାଲି ପଦ ରହିଛି। ଏଥିରେ ପ୍ରଥମରେ ରହିଛି ଉତ୍ତର ପ୍ରଦେଶରେ ଶିକ୍ଷକଙ୍କ 3.3 ଲକ୍ଷ ପଦ, ବିହାରରେ 2.2 ଲକ୍ଷ ଏବଂ ପଶ୍ଚିମବଙ୍ଗରେ 1.1 ଲକ୍ଷ ପଦ ଖାଲି ପଡିଛି। ୟୁନେସ୍କୋ ରିପୋର୍ଟରେ ଏହି ତିନୋଟି ରାଜ୍ୟକୁ ସବୁଠୁ ଖରାପ ମାନଦଣ୍ଡ ରାଜ୍ୟର ମାନ୍ୟତା ଦିଆଯାଇଛି। ବିହାରର 89 ପ୍ରତିଶତ ଖାଲି ପଦ ଗ୍ରାମାଞ୍ଚଳରେ ରହିଛି। ଉତ୍ତର ପ୍ରଦେଶରେ ଏହି ସଂକ୍ୟା 80 ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ 69 ପ୍ରତିଶତ ଗ୍ରାମାଞ୍ଚଳ ଗୁଡିକରେ ଶିକ୍ଷକ ପଦ ଖାଲି ପଡିଛି।

ୟୁନେସ୍କୋର ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶରେ ଜଣେ ଶିକ୍ଷକ ଥିବା ସ୍କୁଲର ସଂଖ୍ୟା 18 ପ୍ରତିଶତ ରହିଛି । ଅନ୍ୟପଟେ ଗୋଆରେ ଏଭଳି ବିଦ୍ୟାଳୟ ସଂଖ୍ୟା 16 ପ୍ରତିଶତ, ତେଲେଙ୍ଗାନାରେ 16 ପ୍ରତିଶତ, ଆନ୍ଧ୍ର ପ୍ରଦେଶରେ 14 ପ୍ରତିଶତ, ଝାଡଖଣ୍ଡରେ 14 ଏବଂ ଉତ୍ତରାଖଣ୍ଡରେ 13 ପ୍ରତିଶତ ରହିଛି । ମଧ୍ୟ ପ୍ରଦେଶରେ ଏହି ସଂଖ୍ୟା 14 ପ୍ରତିଶତ ଏବଂ ରାଜସ୍ଥାନରେ 10 ପ୍ରତିଶତ ରହିଛି । ମଧ୍ୟପ୍ରଦେଶରେ ଜଣେ ଶିକ୍ଷକ ଥିବା ସ୍କୁଲ ସଂଖ୍ୟା 21 ହଜାର 77 ରହିଛି । ତେବେ ଓଡିଶାରେ 5 ପ୍ରତିଶତ ରହିଛି । ଏହା ସହ ରାଜ୍ୟରେ 6 ପ୍ରତିଶତ ଆଇସିଟି ଲ୍ୟାବ ରହିଛି । ତେବେ ଇଣ୍ଟରନେଟ ମଧ୍ୟ 6 ପ୍ରତିଶତ ରହିଛି। 94 ପ୍ରତିଶତ ଲାଇବ୍ରେରୀ ରହିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 12, 2021, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.