ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ଅଭିନବ ଢଙ୍ଗରେ ସଚେତନତା ବାର୍ତ୍ତା ଦେଲେ ଓଡିଆ ପୁଅ ସବ୍ବିର ବକ୍ସ । ଓଡିଶାର ଅଣ୍ଡର ୱାଟର ସ୍କୁବା ଡାଇଭର ସବ୍ବିର ପାଣି ଭିତରେ ଜଳକ୍ରୀଡା କରି କୋରୋନା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି । କୋରୋନା ପ୍ରଭାବକୁ ରୋକିବା ପାଇଁ ଏବେ ସରକାରଙ୍କ ଠାରୁ ଆରମ୍ଭ କରି ପିଲ୍ମ କଳାକାର ମାନେ ବି ସଚେତନତା କରୁଛନ୍ତି । ଇତିମଧଧ୍ୟରେ ଓଡିଆ ଅଣ୍ଡର ଓ୍ବାଟର ସ୍କୁବା ଡ୍ରାଇଭର ସବ୍ବିର ବକ୍ସ ପାଣି ଭିତରେ ଜଳ କ୍ରୀଡା କରି କରୋନା ପାଇଁ ସଚେତନ କରାଇଛନ୍ତି ।
ନିଜକୁ ଲକ ଡାଉନ ଅବଧିରେ ଘରେ ବନ୍ଦ ରଖି କରୋନା ଠାରୁ ଦୂରରେ ରହିବାକୁ ନିବେଦନ କରିଛନ୍ତି ସବ୍ବିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସମର୍ଥନ କରି କୋରୋନା ବିପଷରେ ଲଢେ଼ଇ କଲେ ସଫଳତା ମିଳିବ ବୋଲି ସେ କହିଛନ୍ତି । ପୂର୍ବରୁ ବିଭିନ୍ନ ସମୟରେ ପାଣି ଭିତରେ ସଚେତନତା ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରିଆସୁଛନ୍ତି ସ୍କୁବା ଡାଇଭର ସବ୍ବିର ବକ୍ସ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ