ETV Bharat / city

ସାବଧାନ ! ରାଗିଂ ପଡିବ ମହଙ୍ଗା - ନୂଆ ଗାଇଡଲାଇନ

ୟୁଜିସିର ନୂଆ ଗାଇଡ଼ଲାଇନ। ଏଣିକି ରାଗିଂ କୁ କରାଯିବ କଡାକଡି । ଏଥିପାଇଁ ଆଣ୍ଟି ରାଗିଂ କମିଟି ଗଠନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 9, 2019, 11:38 PM IST

ଭୁବନେଶ୍ବର: ଏଣିକି ରାଗିଂ ହେବ କଡାକଡି। ୟୁଜିସି ଲାଗୁ କରିଛି ନୂଆ ଗାଇଡଲାଇନ। ନୂଆ ଗାଇଡଲାଇନ ଅନୁସାରେ ପ୍ରତି ଶିକ୍ଷାନୁଷ୍ଠାନରେ ରାଗିଂ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯଦି ରାଗିଂର କିଛି ଅଭିଯୋଗ ଆସେ ସମ୍ପୃକ୍ତ ଅନୁଷ୍ଠାନ, ଛାତ୍ରଛାତ୍ରୀ କିମ୍ବା ଅନୁଷ୍ଠାନ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାକୁ ଶିକ୍ଷକ ମହଲରେ ସ୍ବାଗତ କରାଯାଇଛି। ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ। ତେବେ ମହର୍ଷି କଲେଜକୁ ରାଗିଂ ଫ୍ରି କ୍ୟାମ୍ପସ କରାଯାଇଛି। ଏଥିପାଇଁ ଆଣ୍ଟି ରାଗିଂ କମିଟି ଗଠନ କରାଯାଇଛି । ଏଥିପାଇଁ ସେଲ ମଧ୍ୟ କାମ କରୁଛି। ପ୍ରତି ୪ ଘଣ୍ଟାରେ ଏକ ଟିମ ଚେକିଂ କରୁଛି।

ସିଏମେଏସ କାର୍ଯ୍ୟକାରୀ ହେଲେ କଲେଜ,ଛାତ୍ରଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ସମନ୍ବୟ ରହିବ। ଉପସ୍ଥାନ ବଢିବା ନେଇ ଏହା ବହୁ ଉପଯୋଗୀ ବୋଲି ଭୁବନେଶ୍ବର ମହର୍ଷି କଲେଜ ଅଧ୍ୟକ୍ଷ ବିଜୟ କୁମାର ବାରିକ କହିଛନ୍ତି। ଛାତ୍ରଛାତ୍ରୀ ମାନେ ମଧ୍ୟ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ୟୁଜିସିର ନୂଆ ଗାଇଡ଼ଲାଇନ।ଏହି ନିୟମକୁ କଡାକଡି କରାଯିବ।ଏନେଇ ଗଠନ ହେବ ସ୍ୱତନ୍ତ୍ର ସ୍କ୍ୱାର୍ଡ।

Body:ରାଗିଙ୍ଗ ଏକ ସାମାଜିକ ବ୍ୟାଧି,ଏଣିକି ରାଗିଙ୍ଗ କୁ ଦିଆଯିବ ଚେକ।ୟୁଜିସିର ନୂଆ ନିୟମ ଅନୁଯାୟୀ ରାଗିଙ୍ଗକୁ କଡାକଡି କରାଯିବ।କଲେଜ ସ୍ତରରେ ଏନେଇ ଗଠନ ହେବ ସ୍ୱତନ୍ତ୍ର ଆଣ୍ଟି ସ୍କ୍ୱାର୍ଡ,କମିଟି ଯାହାର ପ୍ରଚାର ପ୍ରସାର ହେବ। କଲେଜ ୱେବସାଇଟରେ ଆଣ୍ଟି ରାଗିଙ୍ଗ କମିଟିର ସମସ୍ତ ବିବରଣୀ ପ୍ରକାଶ ପାଇବ।ପ୍ରୟୁଜିସି 2nd ଆମେଣ୍ଡମେଣ୍ଟ ଅନୁଯାୟୀ ପ୍ରତ୍ୟକ ଛାତ୍ର ଓ ତାର ଅଭିଭାବକ ଅଣ୍ଡରଟେକିଙ୍ଗ କଲେଜରେ ପୈଠ କରିବେ।ସମ୍ବେଦନଶୀଳ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯିବ।ଆଣ୍ଟିରାଗିଙ୍ଗ କର୍ମଶାଳା ନିୟମିତ କରାଯିବ।ପ୍ରତି କଲେଜ କତ୍ତୃପକ୍ଷ ଏହି ନିୟମ ଅନୁପାଲନ କରିବାକୁ ବାଧ୍ୟ।ଏହି ନିୟମକୁ ନେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ଭିତରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା।ଅନେକ ଏହି ନିୟମକୁ ସ୍ୱାଗତ କରିଛନ୍ତି।ପ୍ରତ୍ୟକ କଲେଜରେ ଆରମ୍ଭହେବ ସିଏମଏସ (କମନ ମିନିମମ ଷ୍ଟାଣ୍ଡ).ବଢିବ ଛାତ୍ରଛାତ୍ରୀଙ୍କ ଦୈନିକ ଉପସ୍ଥାନ।

ରାଗିଙ୍ଗ ଏଣିକି ହେବ କଡାକଡି।ୟୁଜିସି ଲାଗୁ କରିଛି ନୂଆ ଗାଇଡ଼ଲାଇନ।ନୂଆ ଗାଇଡ଼ଲାଇନ ଅନୁସାରେ ପ୍ରତି ଶିକ୍ଷାନୁଷ୍ଠାନରେ ରାଗିଙ୍ଗକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଯଦି ରାଗିଙ୍ଗର କିଛି ଅଭିଯୋଗ ଆସେ ସମ୍ପୃକ୍ତ ଅନୁଷ୍ଠାନ,ଛାତ୍ରଛାତ୍ରୀ କିମ୍ବା ଅନୁଷ୍ଠାନ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ।

ଏହାକୁ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି।ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ।ମହର୍ଷି କଲେଜକୁ ରାଗିଙ୍ଗ ଫ୍ରି କ୍ୟାମ୍ପସ କରାଯାଇଛି।ଆଣ୍ଟି ରାଗିଙ୍ଗ କମିଟି ଗଠନ କରାଯାଇଛି,ଏ ନେଇ ସେଲ ମଧ୍ୟ କାମ କରୁଛି।ପ୍ରତି ୪ ଘଣ୍ଟାରେ ଏକ ଟିମ ଚେକିଂ କରୁଛି।ସିଏମେଏସ କାର୍ଯ୍ୟକାରୀ ହେଲେ କଲେଜ,ଛାତ୍ରଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ସମନ୍ୱୟ ରହିବ।ଉପସ୍ଥାନ ବଢିବା ନେଇ ଏହା ବହୁ ଉପଯୋଗୀ ବୋଲି ଭୁବନେଶ୍ବର ମହର୍ଷି କଲେଜ ଅଫ ନାଚୁରାଲ ଲର ଅଧ୍ୟକ୍ଷ ବିଜୟ କୁମାର ବାରିକ କହିଛନ୍ତି।

ଛାତ୍ରଛାତ୍ରୀ ମାନେ ମଧ୍ୟ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।ସେମାନଙ୍କ ମତରେ ଏ ନିଷ୍ପତ୍ତି ଦ୍ୱାରା କଲେଜ ପରିସରରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ।ପାଠ ପଢା ପାଇଁ ଅନୁକୂଳ ପରିବେଶ ତିଆରି ହେବ।ରାଗିଙ୍ଗ ଭଳି ଏକ ଘୃଣ୍ୟ ପରମ୍ପରାକୁ ଏହା ଦ୍ୱାରା ସମାପ୍ତ କରାଯାଇପାରିବ।

Conclusion:ୟୁଜିସି ଏହି ନିୟମ କରିଛନ୍ତି ତାହା ବାସ୍ତବରେ କେତେ ଦୂର କାମ ଦେବ ସମୟ କହିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.