ETV Bharat / city

ଆଜିଠୁ ୟୁଜି ପିଜି ଅଫଲାଇନ କ୍ଲାସ, ନାହାଁନ୍ତି ପିଲା

author img

By

Published : Aug 16, 2021, 1:47 PM IST

ଆଜିଠାରୁ ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢା ଆରମ୍ଭ । ପ୍ରଥମ ଦିନରେ କମିଛି ଉପସ୍ଥାନ । ଅଧିକ ପଢନ୍ତୁ...

ଆଜିଠାରୁ ଖୋଲିଲା ୟୁଜି ପିଜି କ୍ଳାସ
ଆଜିଠାରୁ ଖୋଲିଲା ୟୁଜି ପିଜି କ୍ଳାସ

ଭୁବନେଶ୍ବର: ଦୀର୍ଘ ଦିନ ପରେ ଆଜିଠାରୁ ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । ସଂକ୍ରମଣ ପାଇଁ ପ୍ରଥମ ଦିନରେ ପିଲାଙ୍କ ଉପସ୍ଥାନ କମ ରହିଛି । ପିଜିର ପ୍ରଥମ ବର୍ଷ ଓ ୟୁଜି ପ୍ର ଫାଇନାଲ ବର୍ଷର ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ କରାଯାଇଛି । ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ। ପିଜି ଓ ୟୁଜି ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ ମୋଡରେ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲିବ। କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରାଯିବ। କୋରୋନା ଯୋଗୁଁ ଏ-ପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟାର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ମଧ୍ୟ ହୋଇ ନାହିଁ। ଏଭଳି ସ୍ଥଳେ ପରୀକ୍ଷା କରିବାକୁ ବିଶ୍ଵବିଦ୍ୟାଳୟ ଗୁଡ଼ିକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

କଲେଜ ଖୋଲିବା ପୂର୍ବରୁ ସମସ୍ତ କ୍ଲାସରୁମକୁ ସାନିଟାଇଜ କରାଯାଇଛି । ଏହାସହ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି କଲେଜ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି। ଏନେଇ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ଯେହେତୁ ଭୁବନେଶ୍ୱରରେ ସଂକ୍ରମଣ ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ ରହୁଛି, ସେହି କାରଣରୁ ଅନେକ ପିଲାମାନେ ଭୁବନେଶ୍ୱରକୁ ଆସିବାକୁ ଡରୁଛନ୍ତି। ତେଣୁ ଆଜି ପର୍ଯ୍ୟନ୍ତ ୟୁଜି ଓ ପିଜି ପିଲାମାନେ ହଷ୍ଟେଲକୁ ଆସିନାହାନ୍ତି। ଏହାକୁ ନେଇ ଜଣେ ଛାତ୍ରୀ କହିଛନ୍ତି ଯେ, ଭୟ ରହୁଛି ଯଦି କଲେଜ ଏସଓପି ପାଳନ କରିବ । ତେବେ ସମସ୍ତେ ସୁରକ୍ଷିତ ରହିବେ। ଏବଂ ସେ ଆହୁରି ବି କହିଛନ୍ତି ଯେ ଅନଲାଇନ ଅପେକ୍ଷା ଅଫଲାଇନରେ ପଠାପଢ଼ା ନିହାତି ଆବଶ୍ୟକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.