ETV Bharat / city

ବନ୍ୟା ପରିଚାଳନା, ସତ୍ୟବ୍ରତଙ୍କୁ ଜଗତସିଂହପୁର ଓ ଜି ରେଘୁଙ୍କୁ କେନ୍ଦ୍ରାପଡା ଦାୟିତ୍ବ - Two Senior IAS officers to monitor flood management

ଜଗତସିଂହପୁର ଓ କେନ୍ଦ୍ରାପଡାରେ ବନ୍ୟା ପରିଚାଳନା ଲାଗି ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ଅଧିକ ପଢନ୍ତୁ

ସତ୍ୟବ୍ରତଙ୍କୁ ଜଗତସିଂହପୁର ଓ ଜି ରେଘୁଙ୍କୁ କେନ୍ଦ୍ରାପଡା ଦାୟିତ୍ବ

author img

By

Published : Aug 18, 2022, 10:01 AM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇଛି । ମହାନଦୀରେ ବନ୍ୟା ପାଇଁ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀରେ ବ୍ୟାପକ ପ୍ରଭାବ ପଡିଛି । ଜିଲ୍ଲାରେ ବନ୍ୟା ପରିଚାଳନା ଲାଗି ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଓ ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ଜି ରେଘୁଙ୍କୁ କେନ୍ଦ୍ରାପଡା ଜିଲ୍ଲାର ସ୍ବତନ୍ତ୍ର ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି ।

ନିର୍ଦ୍ଦେଶ ମିଳିବା ପରେ 1991 ବ୍ୟାଚର ଅଫିସର ସତ୍ୟବ୍ରତ ସାହୁ ତୁରନ୍ତ ଜଗତସିଂହପୁର ଗସ୍ତ କରିଛନ୍ତି । ଜଗତସିଂହପୁର ଜିଲ୍ଲାର ଲୋକ ପ୍ରତିନିଧି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ସତ୍ୟବ୍ରତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାଇକା ନଦୀର କାଠକୋଟଠାରେ ଘାଇ ହୋଇଛି । ଏହା ସହିତ ପ୍ରାୟ 40 ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ କିପରି ସୁରକ୍ଷିତ ରଖାଯିବ ସେ ବିଷୟରେ ଆଲୋଚନା କରିଛନ୍ତି । ପ୍ରଭାବିତଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଜି ରେଘୁ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେଇଛନ୍ତି । ଜି ରେଘୁ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ଥିବାରୁ ତାଙ୍କ ଅଭିଜ୍ଞତାକୁ ବ୍ୟବହାର କରିବା ଲାଗି ତାଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.