ETV Bharat / city

leopard Skin Smuggling: ବିକୁଥିଲେ ବାଘଛାଲ, ଏବେ 6 ମାସ ଯିବେ ଜେଲ

author img

By

Published : Jan 12, 2022, 4:08 PM IST

Updated : Jan 12, 2022, 5:13 PM IST

ବାଘ ଛାଲ ବିକ୍ରି କରିବା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨ ଦୋଷୀଙ୍କୁ ୬ ମାସ ଜେଲ ଦଣ୍ଡାଦେଶ । ଅଧିକ ପଢନ୍ତୁ

Khordha
Khordha

ଭୁବନେଶ୍ବର: ବାଘ ଛାଲ (Smuggling leopard skin) ବିକ୍ରି କରିବା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ବନ୍ୟପ୍ରାଣୀ ତସ୍କରୀ ମାମଲାରେ ଦୋଷୀ ସାବସ୍ତ୍ୟ ୨ ଦୋଷୀଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ । ଦଣ୍ଡାଦେଶ ପାଇଥିବା ଦୁଇ ଜଣ ଦୋଷୀ ହେଲେ ନୟାଗଡ ଓଡଗାଁର ସୁଧୀର ସାହୁ ଓ ସୁବାସ ଚନ୍ଦ୍ର ବେହେରା।

ଉଭୟ ଦୋଷୀ ଗତ ବର୍ଷ ଏପ୍ରିଲ ମାସ ୨ ତାରିଖରେ ଏକ ବାଇକ ଯୋଗେ ବୋଲଗଡ ଦେଇ ବାଘ ଛାଲ ନେଇ ଯାଉଥିଲେ। ଯାହାଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ (Special Task Force) ଟିମ। ପରେ ତଦନ୍ତକରି ତାଙ୍କ ବିରୋଧରେ ବନ୍ୟପ୍ରାଣୀ ନିଷେଧ ଆଇନ ଆଧାରରେ ଗିରଫ କରି କୋର୍ଟଚାଲାଣ କରିଥିଲା ଏସଟିଏଫ।

ପରେ ଏସଟିଏଫ ବିଭିନ୍ନ ପ୍ରମାଣ ପତ୍ର ସହ ଡେରାଡୁନ ଫରେନସିକ ବାଇଲୋଜିକାଲ ଓ କେମିକାଲ ରିପୋର୍ଟ ମଧ୍ୟ ଚାର୍ଜସିଟରେ ଯୋଡିଥିଲା । ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ଉଭୟଙ୍କ ବିରୋଧରେ ଆଜି କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 12, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.