ETV Bharat / city

ସରକାରୀ ଗାଡି କହି ଖସି ପଳାଉଥିଲେ, ଚୋରାମଦ ସହ ୨ ଜଣ ଧରାପଡିଲେ - ଭୁବନେଶ୍ବର ସହୀଦନଗର ଥାନା

ସରକାରୀ ଗାଡି କହି ଖସି ପଳାଉଥିଲେ, ଭୁବନେଶ୍ବରରୁ ଚୋରାମଦ ସହ ୨ ଜଣ ଧରାପଡିଲେ ।

Bhubaneswar Two people were arrested
ଭୁବନେଶ୍ବରରେ ଚୋରାମଦ କାରବାର
author img

By

Published : May 25, 2020, 6:49 PM IST

ଭୁବନେଶ୍ବର: ଚୋରାମଦ ସହ ୨ ଜଣ ଧରାପଡିଲେ । ମଦ ମାଫିଆଙ୍କ ନୂଆ ନୂଆ ଚାଲ। ପୋଲିସକୁ ଚକମା ଦେବାକୁ ବିଛାଇଥିଲେ ଜାଲ । ହେଲେ ସବୁ କାରନାମା ଧରାପଡିବା ପରେ ପୋଲିସ ହାତରେ ଧରାପଡିଗଲେ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଖୋଦ ରାଜଧାନୀରେ। ଏକ ବୋଲେରୋ ଯୋଗେ ୨ଜଣ ୬୭ ଲିଟର ର ୯୦ ବଟଲ ବିଦେଶୀ ମଦ ଧରି ପଶ୍ଚିମବଙ୍ଗରୁ ଆସୁଥିଲେ। ଗାଡିରେ ଲାଗିଥିଲା କାର ପାସ। ଡ୍ରାଇଭର ସହ ଆଉ ଜଣେ ପାଖରେ ବସିଥିଲେ। ଚେକିଂ ପଏଣ୍ଟରେ ଗାଡି ଅଟକିଲେ । ଡ୍ରାଇଭର ଜଣକ ସାର ଆଡକୁ ଇସାରା ଦେଇ ସାର ବସିଛନ୍ତି କହୁଥିଲେ। ଆଉ ଡ୍ରାଇଭର ପାଖରେ ବସିଥିବା ବାବୁ ଜଣକ ବି ସରକାରୀ ବାବୁଙ୍କ ଷ୍ଟାଇଲରେ ଭୁବନେଶ୍ବରରେ ମିଟିଂ କହି ବ୍ୟସ୍ତରେ ଯିବାକୁ କହିଥିଲେ।

Bhubaneswar Two people were arrested
ଭୁବନେଶ୍ବରରେ ଚୋରାମଦ କାରବାର

ସରକାରୀ ଗାଡି ଭାବି ଚେକ ପଏଣ୍ଟରେ ବି ପୋଲିସ ଧୋକା ଖାଇଥିଲେ। ଏମିତି ଢଙ୍ଗରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ଅତିକ୍ରମ କରିବା ପରେ କ୍ୟୁଏଟି ହାତରେ ସୁରାକ ଲାଗିଥିଲା। ଆଚାର୍ଯ୍ୟ ବିହାର ଛକରେ ଗାଡି ଅଟକାଇବା ପରେ ସାର ମିଟିଂ ଯାଉଛନ୍ତି କହି ଯିବାକୁ କହିଥିଲେ ପରେ କ୍ୟୁଏଟି ଅଧିକାରୀ ଗାଡିରୁ ଓହ୍ଲାଇ ଚେକିଂ କରିବା ପାଇଁ କହିବା ପରେ ସବୁ ଚାଲାକି ଧରାପଡି ଯାଇଥିଲା। ଗାଡି ଭିତରରୁ ବାହାରିଥିଲା ୯୦ ଲିଟର ମଦ। ଏନେଇ ଜଗତସିଂହପୁର ଦେବାଶିଷ ମହାନ୍ତି ଓ ଚନ୍ଦ୍ରଶେଖରପୁର ବାସୁଦେବ ଦାସକୁ ଗିରଫ କରି ସେମାନଙ୍କ ଠାରୁ ୬୭ ଲିଟର ମଦ ସହ ୩୭୯୦ ଟଙ୍କା ଓ ବୋଲେରୋ ଗାଡିକୁ ଜବତ କରିଥିଲେ। ଏନେଇ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହୀଦନଗର ଥାନା ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.