ETV Bharat / city

fake police officer: 2 ନକଲିଙ୍କୁ ବାନ୍ଧିଲା ଅସଲି ପୋଲିସ, ବ୍ଳାକମେଲ କରି ଲୁଟୁଥିଲେ

author img

By

Published : Feb 18, 2022, 6:07 PM IST

ସ୍ପେସିଆଲ ସ୍କାଡର(special squad) ଅଧିକାରୀ ବୋଲି ପରିଚୟ ଦେଇ ଟଙ୍କା ଲୁଟୁଥିଲେ ଦୁଇ ଅଭିଯୁକ୍ତ । ଏହି ଦୁଇ ଅଭିଯୁକ୍ତ ହେଲେ ଜ୍ଞାନ ରଞ୍ଜନ ମହାନ୍ତି (୬୦) ଓ କାହ୍ନୁ ଚରଣ ସାହୁ (୫୮) । ଉଭୟେ ପୋଲିସ କହି ଲୋକଙ୍କୁ ଧମକାଉଥିଲେ । ଅଧିକ ପଢନ୍ତୁ

fake police officers: ବ୍ଳାକମେଲ କରି ଟଙ୍କା ଲୁଟୁ ଥିବା ୨ ନକଲି ପୋଲିସ ଗିରଫ

ଭୁବନେଶ୍ବର: ନିଜକୁ ପୋଲିସ କହି ବ୍ଳାକମେଲ କରି ଟଙ୍କା ଲୁଟିଛନ୍ତି ନକଲି ପୋଲିସ । ସ୍ପେସିଆଲ ସ୍କାଡର ଅଧିକାରୀ ବୋଲି ପରିଚୟ ଦେଇ ଟଙ୍କା ଲୁଟୁଥିଲେ ଦୁଇ ଅଭିଯୁକ୍ତ । ଏହି ଦୁଇ ଅଭିଯୁକ୍ତ ହେଲେ ଜ୍ଞାନ ରଞ୍ଜନ ମହାନ୍ତି (୬୦) ଓ କାହ୍ନୁ ଚରଣ ସାହୁ (୫୮) । ଉଭୟେ ପୋଲିସ କହି ଲୋକଙ୍କୁ ଧମକାଉଥିଲେ । ଆଉ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ନେଇଥିଲେ । ଫେବୃଆରୀ ୧୦ରେ ମାମଲା ପରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଜ୍ଞାନ ରଞ୍ଜନ ପୂର୍ବରୁ ପୋଲିସ ଅଧିକାରୀ ଥିଲେ ।

ଏହି ଦୁଇ ଜଣ ସହୀଦ ନଗର ଅଞ୍ଚଳରେ ବୁଲି ଲୋକଙ୍କ ପିଛା କରନ୍ତି ଆଉ ଲୁଟନ୍ତି । ଜ୍ଞାନ ରଞ୍ଜନ ମହାନ୍ତି ଜଣେ ଅବସରପ୍ରାପ୍ତ ASI (Assistant Sub-Inspector) କର୍ମଚାରୀ କହି ବିଭିନ୍ନ ସମୟରେ ଲୋକଙ୍କୁ ଧମକଚମକ ଦେଇ ଟଙ୍କା ଲୁଟୁଥିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଥିବା ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଥିବା ବେଳେ ଯଦି ଏହିଭଳି ଅଭିଯୋଗ କାହା ପାଖରେ ଥାଏ ତାହାଲେ ପୋଲିସକୁ ଜଣାଇବାକୁ ଡିସିପି ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.