ETV Bharat / city

BJB କଲେଜରେ ନକଲି ସାର୍ଟିଫିକେଟ ମାମଲା, ୨ ଅଟକ - bjb college admission

ନକଲି ସାର୍ଟିଫିକେଟ ଦେଇ BJB କଲେଜରେ ଆଡମିଶନ ମାମଲା । ଦୁଇ ଜଣ ବଡଗଡ ଥାନାରେ ଅଟକ । ଅଧିକ ପଢନ୍ତୁ

BJB କଲେଜରେ ନକଲି ସାର୍ଟିଫିକେଟ ମାମଲା, ୨ ଅଟକ

author img

By

Published : Apr 7, 2022, 3:37 PM IST

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଦେଇ BJB କଲେଜରେ ଆଡ଼ମିଶନ ମାମଲା । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ବଡଗଡ ଥାନା ପୋଲିସ । ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ BJB କଲେଜରେ ଆଡ଼ମିଶନ କରିଛନ୍ତି କି ନାହିଁ ସେନେଇ ଦୁହିଁଙ୍କୁ ପୋଲିସ ପଚରାଉଚୁରା କରୁଛି । କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗକ୍ରମେ ପୋଲିସ ଏହି ନକଲି ସାର୍ଟିଫିକେଟ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଏହାମଧ୍ୟ ପଢନ୍ତୁ:Fake Disability Certificate: BJBରେ ଏଣ୍ଟ୍ରି ମାରିଛନ୍ତି 8 ଛାତ୍ରଛାତ୍ରୀ, ବିରୋଧରେ ମାମଲା

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରସ୍ଥିତ ବିଜେବି ସ୍ବଂୟଶାସିତ କଲେଜ ଓଡିଶାର ଆଗଧାଡିର କଲେଜ ମଧ୍ୟରୁ ଅନ୍ୟତମ । ଏଠାରେ ଆଡମିଶନ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିବାବେଳେ ଆଡମିଶନରୁ ବଞ୍ଚିତ ଶିକ୍ଷାର୍ଥୀ ଏଠାରେ ପଢିବା ଲାଗି ଜାଲ୍ ସାର୍ଟିଫିକେଟର ସାହାରା ନେଇଥିବା ଘଟଣା ସାମ୍ନାକୁ ଆସିଥିଲା । କିଛି ଛାତ୍ରଛାତ୍ରୀ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ କଲେଜରେ ନାମ ଲେଖାଇ ଥିବା ଅଭିଯୋଗ ହୋଇଥିଲା । ଏନେଇ 8 ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ବିଜେବି କଲେଜ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.