ଭୁବନେଶ୍ବର: ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ବିଧାନସଭାରେ ନିଜ ଆଚରଣ, ଉଚ୍ଚାରଣ, ସଂସଦୀୟ କାର୍ଯ୍ୟ, ଭାରତର ସମ୍ବିଧାନ, ବିଧାସଭା ନିୟମାବଳୀ ତଥା ବିଧାୟକଙ୍କ କର୍ତ୍ତବ୍ୟ ବାବଦରେ ଦିଆଯିବ ପ୍ରଶିକ୍ଷଣ । ଏନେଇ ବିଧାନସଭାରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହେବ ।
ସଂସଦରୁ 6 ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶା ଆସି ଆସନ୍ତା 13 ଓ 14 ରେ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ ଦେବେ । ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ସେହିପରି ବିଧାୟକମାନଙ୍କୁ ମଧ୍ୟ ଆଗାମୀ ଦିନରେ ଲାପଟପ୍ ଦିଆଯିବାର ବ୍ୟବସ୍ଥା ହୋଇଛି । ଫଳରେ ଅନ୍ୟ ରାଜ୍ୟର ବିଧାନସଭା ଭଳି ରାଜ୍ୟ ବିଧାନସଭା ମଧ୍ୟ କମ୍ପ୍ୟୁଟରାଇଜ୍ ହେବ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ