ଭୁବନେଶ୍ବର: ଆଜିଠୁ 2 ଦିନିଆ ଦେଶବ୍ୟାପୀ ଧର୍ମଘଟ କରିଛନ୍ତି ବ୍ୟାଙ୍କ କର୍ମଚାରୀ(Two-Day Nationwide Bank Workers Strike) । ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଗୁରୁବାର ଓ ଶୁକ୍ରବାର ପ୍ରଭାବିତ ହେବ ବ୍ୟାଙ୍କ କାମ । କେନ୍ଦ୍ର 2021-22 ବଜେଟରେ ଦୁଇଟି ସାର୍ବଜନୀନ କ୍ଷେତ୍ରର ଋଣଦାତାଙ୍କୁ ଘରୋଇକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଛନ୍ତି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ । ଫଳରେ ରାଜ୍ୟରେ ୪ ହଜାରରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିଛି ।
ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଆଜି ଠାରୁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫ୍ୟୁ) ପକ୍ଷରୁ ଦୁଇ ଦିନିଆ ଧର୍ମଘଟ କରୁଛନ୍ତି । ଏହା ଦ୍ୱାରା ରାଜ୍ୟରେ ୪ ହଜାରରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିଛି । ଏହି ଧର୍ମଘଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ରାଜ୍ୟର ୨୧ ହଜାରରୁ ଅଧିକ କର୍ମଚାରୀ ଭାଗ ନେଇଛନ୍ତି । ସର୍ବଭାରତୀୟ ସ୍ତରରେ ଏହି ଧର୍ମଘଟ ପ୍ରଭାବରେ ୧ଲକ୍ଷରୁ ଉର୍ଦ୍ଧ ବ୍ୟାଙ୍କ ଶାଖା ବନ୍ଦ ରହିବ।
ହଜାର ହଜାର ଶାଖାକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେବା ଲାଗି ସରକାର ମସୁଧା କରିଛନ୍ତି । କିନ୍ତୁ ସରକାର ସେ ଦିଗରେ ପଦକ୍ଷେପ ଗ୍ରହଣ ନକରି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ୟୁନିଅନ୍ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ