ETV Bharat / city

ମୋ କଲେଜ ଅଭିଯାନ: ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ୨ କୋଟି ୪୦ ଲକ୍ଷ ମଞ୍ଜୁରୀ

author img

By

Published : May 3, 2022, 3:34 PM IST

ମୋ କଲେଜ ଅଭିଯାନ ଅଧୀନରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ବିକାଶ । ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନର ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ । ଅଧିକ ପଢ଼ନ୍ତୁ

ମୋ କଲେଜ ଅଭିଯାନ : ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନର ଉନ୍ନୟନମୂଳକ ପ୍ରକଳ୍ପ ଲାଗି ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ

ଭୁବନେଶ୍ବର : ମୋ କଲେଜ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ୧୮ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟସରକାର ୨ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି।

ମୋ କଲେଜ ଅଭିଯାନ ଅଧୀନରେ ୨୦୨୧ ଅକ୍ଟୋବର ମାସରେ ପ୍ରଥମ ପର୍ଯ୍ୟାୟରେ ୧୨ଟି ମହାବିଦ୍ୟାଳୟ ଏବଂ ୨ଟି ବିଶ୍ୱବିଦ୍ୟାଳୟ ପାଇଁ ଆର୍ଥିକ ଅନୁଦାନ ମିଳିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅନୁଦାନ ପ୍ରଦାନ ବେଳେ ରାଜ୍ୟର ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି।

ମୋ କଲେଜ ସର୍ତ୍ତାବଳୀ ଅନୁଯାୟୀ, ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଯେତିକି ଅର୍ଥ ମିଳୁଛି ସରକାର ତାହାର ଦୁଇଗୁଣ ଅର୍ଥ ପ୍ରଦାନ କରିଛନ୍ତି। ଏହି ଅନୁଦାନ ସାହାଯ୍ୟରେ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ପ୍ରକାରର ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ଯୋଡ଼ି ହୋଇ ନିଜର ପ୍ରିୟ ଶିକ୍ଷାନୁଷ୍ଠାନର ବିକାଶ ଯାତ୍ରାରେ ସାମିଲ ହେଉଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ବର୍ତ୍ତମାନ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର କିପରି ବୌଦ୍ଧିକ ବିକାଶ ହୋଇପାରିବ ସେ ଦିଗରେ ମୋ କଲେଜ ଅଭିଯାନ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ।

ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୧୮ଟି ମହାବିଦ୍ୟାଳୟ ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟକୁ ଆର୍ଥିକ ଅନୁଦାନ ମିଳିଛି । ଏହି ୧୯ଟି ଉଚ୍ଚଶିକ୍ଷାନୁଷ୍ଠାନ ଭିତରେ ରହିଛି କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଭୁବନେଶ୍ଵରସ୍ଥିତ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳ ଜିଲ୍ଲାର କିଶୋରନଗର ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ଵର ଜିଲ୍ଲାର ରେମୁଣା ଡିଗ୍ରୀ ମହାବିଦ୍ୟାଳୟ, କଟକ ଜିଲ୍ଲାର ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବିରେନ ମିତ୍ର ମେମୋରିଆଲ ମହିଳା ମହାବିଦ୍ୟାଳୟ ।

ଗଞ୍ଜାମ ଜିଲ୍ଲାର ରାମଜୀ ଡିଗ୍ରୀ ମହାବିଦ୍ୟାଳୟ, ଜଗତସିଂହପୁର ଜିଲ୍ଲାର ପାରାଦୀପ ଡିଗ୍ରୀ ମହାବିଦ୍ୟାଳୟ, ଯାଜପୁର ଜିଲ୍ଲାର ଧର୍ମଶାଳା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଏବଂ ବରୁଣେଶ୍ଵର ମହାବିଦ୍ୟାଳୟ, ଝାରସୁଗୁଡ଼ା ଜିଲ୍ଲାର ମହିଳା ଡିଗ୍ରୀ ମହାବିଦ୍ୟାଳୟ, ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ମୀକାନ୍ତ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ବାସୁଦେବ ଗୋଦାବରି ଡିଗ୍ରୀ ମହାବିଦ୍ୟାଳୟ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଭୋକେସନାଲ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ମହାବିଦ୍ୟାଳୟ, ରାଉରକେଲାସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ପୁରୀ ଜିଲ୍ଲାର ବଳଙ୍ଗା ମହାବିଦ୍ୟାଳୟ, ଯାଜପୁର ଜିଲ୍ଲାର ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ।

ଏହି ଆର୍ଥିକ ଅନୁଦାନ ଫଳରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ଭିତ୍ତିଭୂମି ନିର୍ମାଣ କରାଯିବା ସହିତ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଏବଂ କଲେଜର ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି । ଏହାସହିତ ଛାତ୍ରଛାତ୍ରୀଙ୍କ ଫିଟନେସ୍ ପାଇଁ ରହିଥିବା ଅତ୍ୟାଧୁନିକ ଜିମର ନବୀକରଣ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.