ETV Bharat / city

ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଆତଙ୍କ, ଆତ୍ମସମର୍ପଣ କଲେ ଚେଙ୍ଗା-ସନିଆ - chenga and sania surrender

ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଆତଙ୍କ । ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଅଭିଯୁକ୍ତ ଚେଙ୍ଗା ଓ ସନିଆ । ଅଧିକ ପଢନ୍ତୁ...

two criminal chenga and sania surrender
ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଆତଙ୍କ, ଆତ୍ମସମର୍ପଣ କଲେ ଚେଙ୍ଗା ଓ ସନିଆ
author img

By

Published : Nov 9, 2021, 9:20 PM IST

ଭୁବନେଶ୍ବର : ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଆତଙ୍କ । ଗ୍ୟାଙ୍ଗର ଦୁଇ ସଦସ୍ୟ ଚେଙ୍ଗା ଓ ସନିଆଙ୍କ ଆତ୍ମସମର୍ପଣ । ଗତକାଲି ଚେଙ୍ଗା ଘରେ ଚଢାଉ କରିଥିଲା ପୋଲିସ।

ରାଜଧାନୀରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଆତଙ୍କ, ଆତ୍ମସମର୍ପଣ କଲେ ଚେଙ୍ଗା ଓ ସନିଆ

ଖୋର୍ଦ୍ଧା SDJM କୋର୍ଟରେ ଆତ୍ମସମର୍ପଣ କଲେ ଫେରାର ଦୁଇ ଅଭିଯୁକ୍ତ ଚେଙ୍ଗା ଓ ସନିଆ। ଦୁଇ ଅଭିଯୁକ୍ତ ହେଉଛନ୍ତି ଚେଙ୍ଗା ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ - ସନାତନ ବେହେରା। ଜାମିନ ଖାରଜ ହେବାରୁ 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଦୁଇ ଅଭିଯୁକ୍ତ। ଏହି ଘଟଣାରେ ପୂର୍ବରୁ 7 ଜଣ ଗିରଫ ହୋଇଥିଲେ। ଗତକାଲି ଚେଙ୍ଗା ଘରେ ଚଢାଉ କରିଥିଲା ପୋଲିସ ଏବଂ ଘର ଭାଙ୍ଗି ମାରଣାସ୍ତ୍ର ଜବତ କରିଥିଲା। ତେବେ ଏହି ଘଟଣାରେ ମୋଟ 29 ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଡିସିପି ଭୁବନେଶ୍ବର କହିଛନ୍ତି।

ସୂଚନାଥାଉକି ରାଜଧାନୀର ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟ ମାନେ ଉତ୍ପାତ ଚଳାଇଥିଲେ । ବିଭିନ୍ନ ଅପରାଧ ପ୍ରବଣ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ ଏବଂ ନିଜକୁ ଡନ ବା ଗୁଣ୍ଡା ଭାବରେ ପ୍ରତିପାଦିତ କରୁଥିଲେ। ତେବେ ଏ ଭଳି ଗ୍ୟାଙ୍ଗ ପାଖରେ ପୋଲିସ ପହଞ୍ଚି ଚଳାଇଛି ତଦନ୍ତ ଏବଂ ସମସ୍ତ ଅଭିଯୁକ୍ତକୁ ଗିରଫ କରିବା ତଦନ୍ତ ଜାରୀ ରଖିଛି । ତେବେ ଯୁବ ସମାଜକୁ ଏ ଭଳି କାର୍ଯ୍ୟରୁ ଦୂରେଇ ରହିବା ପାଇଁ ଡିସିପି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.