ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇ ଶିଶୁ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ବରର ଝାରପଡା ଅଞ୍ଚଳର ଏହି ଦୁଇଟି ଝିଅଙ୍କର ଗତକାଲି କୋରୋନା ପଜେଟିଭ୍ ଆସିଛି । ସେମାନଙ୍କ ମଧ୍ୟରୁ ଜଣକ ବୟସ 9 ବର୍ଷ ହୋଇଥିବାବେଳେ ଜଣଙ୍କ ବୟସ 5 ବର୍ଷ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।
ଗତକାଲି ପଜେଟିଭ୍ ଆସିଥିବା 4ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ବାହାର କରିଛି ସ୍ବାସ୍ଥ୍ୟ ବିଭାଗ । ସେମାନଙ୍କ ମଧ୍ୟରୁ 3 ଜଣ ଭୁବନେଶ୍ବର ଝାରପଡା ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣେ କଳାହାଣ୍ଡି ଗୋଲମୁଣ୍ଡା ଅଞ୍ଚଳର । ସେପଟେ ତିନି ଜଣ ଝାରପଡା ବାସିନ୍ଦାଙ୍କ ମଧ୍ୟରୁ 37 ବର୍ଷୀୟ ଜଣେ ମହିଳା ଥିବାବେଳେ ଅନ୍ୟ ଦୁଇ ଜଣ ଛୋଟ ଝିଅ ଅଛନ୍ତି ।
ସେପଟେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ତିନି ଜଣ 42 ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ସ୍ପଷ୍ଟ ହୋଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ